ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଲଘୁଚାପ ପ୍ରଭାବରେ ୨ଦିନ ଯାଏଁ କୋହଲା ପାଗ ସହ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଉପଗ୍ରହ ରୁ ଉତ୍ତୋଳନ କରଯାଇଥିବା ପାଣିପାଗ ସମ୍ବନ୍ଧିତ ଚିତ୍ର ଦର୍ଶାଉଛି ଯେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତତ୍ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି ସଦୃଶ ଲଘୁଚାପ କ୍ଷେତ୍ର। ମେଘଖଣ୍ଡ ଗୁଡ଼ିକ ସମଗ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ପଶ୍ଚିମ ବଙ୍ଗୋପସାଗର ର କିଛି ଅଞ୍ଚଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଉପକୂଳ, ଓଡ଼ିଶା ଉପରେ ରହିଛି। ଏହି କ୍ଷେତ୍ର ଟି ଉତ୍ତର ଦିଗ ରେ ଗତି କରୁଛି ଏବଂ ଆସନ୍ତା ୨୪ ଘଣ୍ଟା ଯାଏଁ ଉତ୍ତର ଦିଗରେ ଅଗ୍ରସର ହୋଇ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ସହ ସମାନ୍ତରାଳ ଭାବେ ଗତି କରିବ।

ପ୍ରଭାବ ରେ ଆଜି ଓ ଆସନ୍ତାକାଲି ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ପାଗ ମେଘାଚ୍ଛନ୍ନ ରହିବା ସହ ଦକ୍ଷିଣ ଆଭ୍ୟନ୍ତର , ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର ଜିଲ୍ଲାର କିଛି ଅଞ୍ଚଳ ରେ ଘଡ଼ଘଡ଼ି ସହ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.