ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ସ୍କୁଲକୁ ବୋମା ଧମକ ଦେବା ପଛରେ ଅଛନ୍ତି ୩ ଛାତ୍ର

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ବୋମା ପକାଇ ଉଡେଇଦେବା ନେଇ ମିଳିଥିବା ଧମକ ଘଟଣାରେ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଟିମ୍ ଏକ ଚକିତ କଲା ଭଳି ତଥ୍ୟ ଦେଇଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦିଲ୍ଲୀରେ ଅତିକମରେ ତିନୋଟି ବିଦ୍ୟାଳୟକୁ ମିଳିଥିବା ଏହି ଧମକ ବିଦ୍ୟାଳୟର ୩ ଜଣ ଛାତ୍ର ଦେଇଛନ୍ତି। ଏହି ଛାତ୍ର ମାନେ ଏପରି ଧମକପୂର୍ଣ୍ଣ ମେଲ ପଠାଇଥିଲେ। ତେବେ ପରୀକ୍ଷା ସ୍ଥଗିତ ପାଇଁ ଏହି ୩ ଛାତ୍ର ମିଶି ଯୋଜନା କରିଥିବା ନେଇ ସୂଚନା ଦେଇଛି ପୋଲିସ।

ସୂଚନା ଅନୁସାରେ, ବୋମା ଧମକ ପାଇଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ କେତେକ ଜଣାଶୁଣା ବିଦ୍ୟାଳୟ ମଧ୍ୟ ଥିଲେ। ଦିଲ୍ଲୀ ପୋଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ପରୀକ୍ଷା ସ୍ଥଗିତ କରିବା ଉଦ୍ଦେଶ୍ୟରେ ଏହି ୩ ଛାତ୍ର ଏପରି ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ। ପଚରାଉଚରା ବେଳେ ସେମାନେ ନିଜେ ସବୁ କଛି ମାନିଛନ୍ତି। ତେବେ ସେମାନଙ୍କ କହିବା ଅନୁସାରେ, ବିଗତ ଦିନ ମାନଙ୍କରେ ବିଭିନ୍ନ ସ୍କୁଲକୁ ମିଳୁଥିବା ଧମକୁ ଦେଖି ସେମାନେ ଏହି ଯୋଜନା କରିଥିଲେ। ଏହା ପରେ ପରୀକ୍ଷା ସ୍ଥଗିତ କରିବା ପାଇଁ ସେମାନେ ଏହି ବାଟ ଆପଣେଇଥିଲେ।
ଘଟଣାରେ ଉକ୍ତ ଛାତ୍ର ମାନଙ୍କ ଅଭିଭାବକମାନଙ୍କୁ ଚେତାବନୀ ଦେବା ପରେ ସେମାନଙ୍କୁ ଛଡାଯାଇଛି। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟି ରଖି ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ତେବେ ଦିଲ୍ଲୀ ପୋଲିସର ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁସାରେ, ରୋହିଣୀ ଏବଂ ପଶ୍ଚିମ ବିହାର ସ୍ଥିତ ଅନ୍ୟ ଦୁଇଟି ବିଦ୍ୟାଳୟକୁ ମଧ୍ୟ ସ୍କୁଲର ଛାତ୍ରମାନଙ୍କ ଦ୍ୱାରା ଏପରି ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା। ଏହା ପଛର କାରଣ ମଧ୍ୟ ସମାନ ଥିଲା। ଛାତ୍ରମାନେ ସ୍କୁଲ ବନ୍ଦ ହେଉ ବୋଲି ଚାହୁଁଥିଲେ।

Leave A Reply

Your email address will not be published.