ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗିରଫ ହେଲେ ୩ ହାର୍ଡକୋର ମହିଳା ମାଓବାଦୀ

0

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା। ଆଜି ୩ ଜଣ ହାର୍ଡକୋର ମହିଳା ମାଓବାଦୀ ଗିରଫ ହୋଇଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନାମରେ ୮ ଲକ୍ଷ ପୁରସ୍କାର ରାଶି ଥିଲା। ଗିରଫ ତିନି ଜଣ ସ୍ୱପ୍ନା, ବବିତା ଓ ସୁନିତା ବୋଲି ଜଣାପଡିଛି।
ଗିରଫ ମହିଳା ମାଓ ନେତ୍ରୀ ସ୍ୱପ୍ନା ଏସିଏମ କ୍ୟାଡ଼ର ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ଥିବାବେଳେ, ବବିତା ନାମରେ ୨ ଲକ୍ଷ ଟଙ୍କା ପୁରସ୍କାର ଥିଲା। ସେହିପରି ସୁନିତା ଟପ ମାଓବାଦୀ ଉଦୟର ଥିଲେ ଅଙ୍ଗ ରକ୍ଷକ ତା ନାମରେ ୨ ଲକ୍ଷ ଟଙ୍କା ଥିଲା ପୁରସ୍କାର ରାଶି। ଏହି ତିନି ମହିଳା ମାଓବାଦୀଙ୍କ ନାଁରେ ମୋଟ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା।

ମିଳିଥିବା ସୂଚନା ମୁତାବକ, ଓଡିଶା ପୋଲିସ ଏବଂ ଡିବିଏଫ୍‌ ବାହିନୀ ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ୩ଜଣ ମହିଳାଙ୍କୁ ସନ୍ଦେହ ଅବସ୍ଥାରେ ଧରିଥିଲେ। ସେମାନଙ୍କୁ ପଚରାଉଚୁରା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିଥିଲା।

ସ୍ୱପ୍ନା ଖିଲ ୨୦୧୮ରେ ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେସାଲ ଜୋନାଲ କମିଟିରେ ପାର୍ଟି ସଦସ୍ୟା ଭାବେ ଯୋଗ ଦେଇଥିଲେ। ସେ ମାଲକାନଗିରି ଜିଲା ଜଡାମ୍ବ ଥାନା ଅଧୀନ ଅଣ୍ଡାପାଲ୍ଲୀ, ମୁଦୁଲିପଡା ଥାନା ଅନ୍ତର୍ଗତ ଗୋଇଗୁଡା, କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ଘୋଡାବେଡା, ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ତୁଳସି ଅଞ୍ଚଳ ଜାଜଭଟା, ଟେମୁରୁପାଲ୍ଲୀ ପଞ୍ଚାୟତ ଦଲଦଲି ନିକଟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସେ ସାମିଲ ଥିଲେ।

ସେହିପରି ସୁନିତା ଖିଲ ମଧ୍ୟ ମାଥିଲି ଥାନା ତୁଳସି ଅଞ୍ଚଳ ଜାଜଭଟା, ଦଲଦଲି ଓ ଛତିଶଗଡ ସୁକୁମା ଜିଲା କୁକାନାର ତାନା ପୁରାଡାବା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସାମିଲ ଥିଲେ। ସ୍ୱପ୍ନା ଖିଲ ଆନ୍ଧ୍ର ଓଡ଼ିଶା ବୋଡର୍‌ ସ୍ପେସାଲ ଜୋନାଲ କମିଟି ମିଲିଟାରି ପ୍ଲାଟୁନ୍‌ ଗୁମ୍ମା ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ବବିତା ଖିଲ ଓ ସୁନିତା ଖିଲ ଉଭୟଙ୍କ ଅଙ୍ଗ ରକ୍ଷକ ଭାବେ ପାର୍ଟି ସଦସ୍ୟା ହୋଇ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.