ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ପରିସ୍ରା କରିବାକୁ ଉଠିଥିବା ବେଳେ ଯୁବକଙ୍କୁ ଦଳି ଦେଲା ଦନ୍ତା

0

କେନ୍ଦୁଝର: କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକେ ଭୟ ଓ ଆତଙ୍କିତ ହୋଇପଡ଼ିଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ରେଭେନ୍ସାପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରବିବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର (ଖ) ନିକଟ ଚମକପୂର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ଘଟଣା ଉକ୍ତ ଅଞ୍ଚଳରେ ଭୟ ସୃଷ୍ଟି କରିଛି। ମୃତକଙ୍କ ନାମ ରଥ ମୁଣ୍ଡା (୨୮)।

ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୨ଟାବେଳେ ରଥ ମୁଣ୍ଡା ଘରୁ ପରିସ୍ରା କରିବାକୁ ଅଗଣାକୁ ବାହାରିଥିଲେ। ଏହି ସମୟରେ ଘର ଆଗରେ ବୁଲୁଥିବା ଏକ ହାତୀ ହାବୁଡରେ ପଡ଼ିଯାଇଥିଲୋ। ଅନ୍ଧାର ରାତିରେ ହାତୀଟି ଶୁଣ୍ଢରେ ତାଙ୍କୁ ଧରି ପାଦରେ ଦଳି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଚମ୍ପୁଆ ରେଞ୍ଜ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ।
ତେବେ କିଛି ଦିନ ହେବ ନୁଣଗୋଠାଣି ଗାଁ ଜଙ୍ଗଲରୁ କିଛି ହାତୀ ପଲ ଆସି ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ବାରମ୍ବାର ଏ ନେଇ ବନ ବିଭାଗକୁ ଜଣାଇଲେ ସୁଦ୍ଧା ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।ଉକ୍ତ ଅଞ୍ଚଳରେ ୩୨ ଟିକିଆ ହାତୀପଲ ଥିବାବେଳେ ଏହି ପଲରୁ ଅଲଗା ହୋଇ ଏହି ଦନ୍ତା ହାତୀ ରେଭେନ୍ସାପୁର ଗ୍ରାମରେ ଉନ୍ମତ୍ତ କାଣ୍ଡ ଘଟାଇଛି। ବିଲ ଧାନ କରାଯାଉଥିବାରୁ ହାତୀମାନେ ଗାଁ ମୁହାଁ ହେଉଛନ୍ତି। ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଏଭଳି ଆକ୍ରମଣ କରୁଥିବାରୁ ସ୍ଥାନୀୟ ଲୋକେ ଚିନ୍ତାରେ ରହିଛନ୍ତି।

Leave A Reply

Your email address will not be published.