ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍‌ଙ୍କ ଝୁଲନ୍ତା ମୃତଦେହ

0

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଅଞ୍ଚଳର ଗୋଟିଏ ଲେଡିଜ ହଷ୍ଟେଲରୁ ମିଳିଲା ଫୁଡ୍ ବ୍ଲଗରଙ୍କ ମୃତଦେହ। ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ ନମ୍ବର ୨ ରୁ ଯୁବତୀଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ସୋନାଲି ସଂଘମିତ୍ରା ପରିଡା।

ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇ ନ ଥିଲେ। ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିବାରୁ ଝିଅ ଗୁରୁତର ଥିବା କହିଥିଲେ। ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତେବେ ସୋନାଲି ଜଣେ ଖୁସ୍‌ ମିଜାଜର ଝିଅ ହୋଇଥିବାରୁ ସେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି।
ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। ସେ ଭୁବନେଶ୍ୱରର ବରମୁଣ୍ଡା ଫାୟାର ଷ୍ଟେସନ ନିକଟରେ ଥିବା ଏକ ବିଲଡର ସଂସ୍ଥାରେ ପ୍ରାୟ ୨ ବର୍ଷ ହେବ କାମ କରୁଥିଲେ। ଏଥିସହ ସେ ଜଣେ ଫୁଡ ବ୍ଲଗର ଭାବେ ସୋଶାଲ ମିଡିଆରେ ବେଶ୍‌ ଜଣାଶୁଣା ଥିଲେ। ସେ ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିୟମିତ ଭାବେ ଭିଡିଓ ପୋଷ୍ଟ କରୁଥିଲେ।

ମୃତ୍ୟୁ ଖବର ପାଇବା ପରେ ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଥ୍ୟ, ପ୍ରମାଣ ସଂଗ୍ରହ କରୁଛନ୍ତି।। ପରିବାର ଲୋକେ ପୁଲିସ ନିକଟରେ ହତ୍ୟା ଅଭିଯୋଗ ଆଣିବା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ଇନଫୋସିଟି ଥାନା ପୁଲିସ୍‌।

Leave A Reply

Your email address will not be published.