ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ ଇସ୍ତଫା; ଇମ୍ଫାଲସ୍ଥିତ ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ସହ ସାକ୍ଷାତ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି
ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍

ଖାଇକୁ ଖସିଲା ସେନା ଗାଡି; ୪ ଯବାନ ଶହୀଦ୍‌, ୨ ଗୁରୁତର

0

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଯବାନ ଶହୀଦ ହୋଇଥିବା ବେଳେ ୨ ସେନା ଆହତ ହୋଇଥିବା କୁହାଯାଉଛି।। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେନା ଗାଡ଼ି ଖାଲରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଠାରେ ଶନିବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଖସଡା ରାସ୍ତା ହୋଇଥିବାରୁ ସେନା ଗାଡି ଖାଇକୁ ଖସି ପଡିଥିବା କୁହାଯାଉଛି। ରାସ୍ତା କଡ଼ରେ ଥିବା ଖାଲରେ ପଡ଼ିଯିବା ପରେ ସେନା ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀର ଏକ ଟିମ୍‌କୁ ଦେଖିବାକୁ ମିଳିଥିଲା।

ଡାକ୍ତରଖାନାର ମେଡିକାଲ ଅଧୀକ୍ଷକ ଡାକ୍ତର ମସରତ ଇକବାଲ ୱାନି କହିଛନ୍ତି ଯେ ୬ ଆହତଙ୍କୁ ମେଡିକାଲ ଅଣାଯାଇଥିଲା, ସେଥିମଧ୍ୟରୁ ୪ ଜଣେ ମୃତ, ୨ ଆହତଙ୍କ ଅବସ୍ଥା ଗୁରୁତର ଏବଂ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଶ୍ରୀନଗରକୁ ପଠାଯାଇଛି। ଦୁର୍ଘଟଣା ପରେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନାରେ ପହଞ୍ଚିଥିଲେ।

Leave A Reply

Your email address will not be published.