ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଦୁର୍ଘଟଣାରେ ୨ ବିଜେପି କର୍ମୀ ମୃତ

0

କଣ୍ଟାପାଲି: ବରଗଡ ଜାତୀୟ ରାଜପଥ ବୁର୍ଲାଥାନା ଅନ୍ତର୍ଗତ କଣ୍ଟାପାଲି ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବରିଷ୍ଠ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ହାଇଓ୍ବା ଧକ୍କାରେ କାର୍‌ରେ ଥିବା ଗୋଶାଳା ଭାଜପା ମଣ୍ଡଳ ସଭାପତି କରଡୋଳା ନିବାସୀ ଦେବେନ୍ଦ୍ର ନାୟକ ଓ କରଡୋଳା ପୂର୍ବତନ ସରପଞ୍ଚ ଚାରପାଲି ନିବାସୀ ମୁରଲୀ ଛୁରିଆଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ହୋଇ ଭୀମସାରରେ ଭର୍ତ୍ତି ହୋଇଛନ୍ତି।

ଏହା ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ହତ୍ୟା ବୋଲି ନିଜେ ଆହତମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଗତକାଲି ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ଵରରୁ ସେମାନେ ଟ୍ରେନରେ ସମ୍ବଲପୁର ଫେରିଥିଲେ। ରେଳ ଷ୍ଟେସନରେ ଓହ୍ଲାଇ ଏକ କାର୍ ଯୋଗେ ସେମାନେ ଗାଁକୁ ଫେରୁଥିବା ବେଳେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ କାରଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଦେବେନ୍ଦ୍ର ଓ ମୁରଲୀଧରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିଲେ। ତୁରନ୍ତ ସେମନାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେପଟେ ପୋଲିସ ହାଇୱାଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଜାଣିଶୁଣି ହତ୍ୟା କରିବାକୁ ଟ୍ରକ୍‌ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ଆହତ ହୋଇଥିବା ୨ ବିଜେପି କର୍ମୀ। ତାଙ୍କ କହିବା ଅନୁସାରେ, ଉକ୍ତ ହାଇୱାଟି ତାଙ୍କ ଗାଡ଼ିକୁ ବାରମ୍ୱାର ଧକ୍କା ଦେଇଥିଲା। ଡ୍ରାଇଭରକୁ ଗାଡ଼ି ସ୍ପିଡ୍ କରିବାକୁ କହିଥିଲୁ। ଏହା ସତ୍ତ୍ୱେ ବି ଗାଡ଼ି ପିଟିଦେଲା। ଥରେ ଧକ୍କା ଦେଇଥିଲା ଗାଡ଼ି। ୧୦୦-୨୦୦ ମିଟର ପରେ ପୁଣି ଥରେ ଧକ୍କା ହେଲା। ତେଣୁ କେହି ଜାଣିଶୁଣି ଧକ୍କା ଦେଇଥିବା ଭାବୁଛୁ ବୋଲି କହିଛନ୍ତି ଆହତ ବ୍ୟକ୍ତି।

ସେହିପରି ଅନ୍ୟଜଣେ ବିଜେପି କର୍ମୀଙ୍କ କହିବା ଅନୁସାରେ, ଟ୍ରକ୍‌ ବାରମ୍ବାର ୩ ଥର ପଛକୁପଛ ଯାଇ କାର୍‌କୁ ଧକ୍କା ଦେଇଥିଲା। ପ୍ରଥମେ ଯେତେବେଳେ ଧକ୍କା ଦେଲା ସେତେବେଳେ ଆମେ ଭାବିଲୁ ଭୁଲବଶତଃ ଦୁର୍ଘଟଣା ହେଲା । ମାତ୍ର ଟ୍ରକଟି ଜାଣିଶୁଣି ବାରମ୍ବାର ପଛକୁ ପଛ ଧକ୍କା ଦେଇଥିଲା। ପୁଲିସ୍ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ହାଇୱାକୁ ଜବତ କରିଛି। ତା’ ସହିତ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.