ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ପ୍ରତି ରବିବାର ଥାନାରେ ହାଜର ହେବେ ଅଲ୍ଲୁ ଅର୍ଜୁନ

0

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ସନ୍ଧ୍ୟା ଥିଏଟରରେ ଦଳା ଚକଟା ଘଟଣାରେ କୋର୍ଟ ତାଙ୍କୁ ପ୍ରତି ରବିବାର ଥାନାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିନେତାଙ୍କୁ ଚାର୍ଜସିଟ୍ ଦାଖଲ ନହେବା ପର୍ଯ୍ୟନ୍ତ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପଡିବ।

ପୁଷ୍ପା ଫେମ୍‌ ଅଲୁ ଅର୍ଜୁନ ବର୍ତ୍ତମାନ ହାଇଦ୍ରାବାଦର ଚିକକଡପାଲି ଥାନାରୁ ବାହାରିଛନ୍ତି। ଜାମିନ ସର୍ତ୍ତ ଅନୁଯାୟୀ ଅଭିନେତାଙ୍କୁ ଚିକକଡପାଲି ଥାନାରେ ହାଜର ହେବାକୁ କୁହାଯାଇଥିଲା। ଜାମିନ ପ୍ରଦାନ କରୁଥିବାବେଳେ ଚାର୍ଜସିଟ ଦାଖଲ ନହେବା ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ପ୍ରତି ରବିବାର ସକାଳ ୧୦ରୁ ୧ଟା ମଧ୍ୟରେ ଦୁଇମାସ ଯାଏଁ ଥାନାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ଅଲୁ ଅର୍ଜୁନଙ୍କୁ ତାଙ୍କ ଆବାସିକ ଠିକଣା ପରିବର୍ତ୍ତନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ଅଡୁଆରେ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ। ଏହାଛଡା ବିନା ଅନୁମତିରେ ବିଦେଶ ଯିବାକୁ ବାରଣ କରିଛନ୍ତି କୋର୍ଟ। ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ଏହି ସର୍ତ୍ତଗୁଡିକ ବଳବତ୍ତର ରହିବ।

ସୂଚନା ଥାଉକି ସନ୍ଧ୍ୟା ଥିଏଟର ଘଟଣାରେ କୋର୍ଟଙ୍କ ଦ୍ଵାରା ନିୟମିତ ଜାମିନ ପାଇବା ପରେ ଅଲ୍ଲୁ ଅର୍ଜୁନଙ୍କ ଜାମିନ ଶନିବାର (ଜାନୁଆରୀ ୪, ୨୦୨୪) ରେ ନାମ୍ପାଲିର ମହାନଗର ନିଗମ କୋର୍ଟରେ ଜମା କରିଥିଲେ। ଅଭିନେତାଙ୍କ ନିୟମିତ ଜାମିନ ଆବେଦନ ୩୦ ଡିସେମ୍ବର ୨୦୨୪ରେ ନାମ୍ପାଲ କୋର୍ଟ ଦ୍ୱାରା ଶୁଣାଣି ହୋଇଥିଲା। ସେହି ଦିନ ନିଷ୍ପତ୍ତି ସଂରକ୍ଷିତ କରାଯାଇଥିଲା। ଏହା ପରେ ଜାନୁଆରୀ ୩, ୨୦୨୫ରେ, ସନ୍ଧ୍ୟା ଥିଏଟର ମାମଲାରେ କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ।

Leave A Reply

Your email address will not be published.