ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ କିଶୋର

0

ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। ମିଳିଥିବା ବିହାର ଲୋକସେବା ଆୟୋଗ(ବିପିଏସସି) ପ୍ରାର୍ଥୀଙ୍କ ସମର୍ଥନରେ ଜାନୁଆରୀ ୨ରୁ ଆମରଣ ଅନଶନରେ ବସିଥିବା ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କର ମଙ୍ଗଳବାର ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଭୋକ ଉପାସରେ ଥିବା ପ୍ରଶାନ୍ତ କିଶୋରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜନ ସୁରଜ ପାର୍ଟିର କର୍ମୀମାନେ ପ୍ରଶାନ୍ତ କିଶୋରଙ୍କୁ ମେଦାନ୍ତ ହସ୍ପିଟାଲକୁୁ ନେଇଛନ୍ତି, ଯେଉଁଠାରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଭର୍ତ୍ତି କରାଯାଇଛି। ପାଟନାର ମେଦାନ୍ତା ହସ୍ପିଟାଲର ଡାକ୍ତରୀ ଦଳ ପ୍ରଶାନ୍ତ କିଶୋରଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଶେଖପୁରା ହାଉସରେ ପହଞ୍ଚିଥିଲେ। ଅବସ୍ଥା ଦେଖି ଡାକ୍ତର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ସମର୍ଥକମାନେ ତାଙ୍କୁ ଆମ୍ବୁଲାନ୍ସରେ ନେଇ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।ସୂଚନାଯୋଗ୍ୟ, ଆଜି ପ୍ରଶାନ୍ତ କିଶୋରଙ୍କ ଆମରଣ ଅନଶନର ଷଷ୍ଠ ଦିନ।

ମଙ୍ଗଳବାର ପ୍ରଶାନ୍ତ କିଶୋର ପାଟଣାର ଶେଖପୁରା ହାଉସରେ ଜନ ସୁରଜ ପାର୍ଟିର ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଜନ ସୁରଜର ସଦସ୍ୟଙ୍କ ସହ ପରବର୍ତ୍ତୀ ଯୋଜନା ଉପରେ ଆଲୋଚନା କରାଯିବ। ଏହି ସଭାରେ ନିଷ୍ପତ୍ତି ନିଆଯାଉଥିଲା କେଉଁ ସ୍ଥାନରେ ପ୍ରଶାନ୍ତ କିଶୋର ଉପବାସ ଜାରି ରଖିବେ। ପ୍ରଶାନ୍ତ କିଶୋରଙ୍କ ସମର୍ଥକଙ୍କ କହିବାନୁସାରେ, ମଙ୍ଗଳବାର ଦିନ ୧୦ଟା ପର୍ଯ୍ୟନ୍ତ ସେ ଲୋକଙ୍କ ସହ କଥାବର୍ତ୍ତା କରୁଥିଲେ। କିଛି ସମୟ ପରେ ହଠାତ୍ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ଡାକ୍ତରଙ୍କୁ ଡକାଯାଇଥିଲା। ଯାଞ୍ଚ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଞ୍ଚରେ ଶରୀରରେ ଜଳୀୟ ଅଂଶ କମିଯିବା ସହ ଅନ୍ୟ କିଛି ସମସ୍ୟା ସାମ୍ନାକୁ ଆସିଛି। ପରୀକ୍ଷା ନିରୀକ୍ଷା ପରେ ସ୍ଵାସ୍ଥ୍ୟାବସ୍ଥା ସ୍ପଷ୍ଟ ହୋଇପାରିବ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.