ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଟ୍ରକ ଧକ୍କାରେ ବାପା, ପୁଅ ମୃତ ମା’ ଗୁରୁତର

0

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ତ୍ରୟମ୍ବକମ ରାୟଗୁରୁ ଓ ମୋହନ ରାୟଗୁରୁ ଆହତ ହେଲେ ତାଙ୍କ ପତ୍ନୀ ଗାୟତ୍ରୀ ରାୟଗୁରୁ। ଏମାନେ କୃଷ୍ଣପ୍ରସାଦ ଥାନା ତିଛିଣୀ ଗ୍ରାମର ବାସିନ୍ଦା।

ମୋହନ ରାୟଗୁରୁ ତାଙ୍କ ସ୍ତ୍ରୀ’ ଗାୟତ୍ରୀ ରାୟଗୁରୁ ଓ ପୁଅ ତ୍ରୟମ୍ବକମ୍ ଏକ ଟିଭିଏସ ଏକ୍ସଏଲ ଗାଡିରେ କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ତିଛୀଣୀ ଗ୍ରାମରୁ ତାଙ୍କ ଶଶୁର ଘର ୟୁଡିଏସପୁର ଗ୍ରାମକୁ ଯାଉଥିବା ବେଳେ ହଠାତ୍ ଅରୁଣପୁର ଗ୍ରାମ ନିକଟରେ ରମ୍ଭାରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେମାନେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ ।

ତ୍ରୟମ୍ବକମ୍ ଓ ତାଙ୍କ ବାପାମା’ଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଡାକ୍ତରଖାନାକୁ ନେଇଥିଲେ।ସେଠାରେ ତ୍ରୟମ୍ବକମ୍‌ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାପା ମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ବ୍ରହ୍ମପୁର ମେଡ଼ିକାଲରେ ବାପା ମୋହନ ରାୟଗୁରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଘଟଣା ସ୍ଥଳରେ ରମ୍ଭା ଓ ହୁମ୍ମା ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟ ପଟେ ଅରୁଣପୁର ଗ୍ରାମ ନିକଟରେ ରାସ୍ତା ରୋକ କରାଯାଇଛି।

Leave A Reply

Your email address will not be published.