ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଏବେ ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି

0

ଭୁବନେଶ୍ବର: ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି। ରାଜ୍ୟ ସରକାରଙ୍କ ” ଓଡ଼ିଶା ଭର୍ଚୁଆଲ ଏକାଡେମୀ ” ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ହୋଇଥିବା ନୂଆ ପ୍ରୟାସ ସଫଳ ହୋଇଛି। ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ। ଏହାଦ୍ୱାରା ଆଦିବାସୀ ଭାଇଭଉଣୀ ଅତି ସହଜରେ ନିଜ ଭାଷା ପ୍ରୟୋଗ କରି ଡିଜିଟାଲ ପ୍ଲାଟଫର୍ମରେ ନିଜର ଭାବନାକୁ ପରିପ୍ରକାଶ କରିପାରିବେ। କାରଣ ଆମେ ମାନେ ସାଧାରଣତଃ ଫୋନ୍, ୱେବ୍, କମ୍ପ୍ୟୁଟର ଆଦିରେ ଓଡ଼ିଆ,ହିନ୍ଦୀ, ଇଂରାଜୀ, ସ୍ପେନ ଆଦି ଭାଷା ବ୍ୟବହାର କରିଥାଉ। ମାତ୍ର ଆଦିବାସୀମାନେ ନିଜ ଭାବନା ପରିପ୍ରକାଶ କରିବା ନିମନ୍ତେ ସାନ୍ତାଳୀ ଭାଷାର ବ୍ୟବହାର କରିଥାନ୍ତି ।

ଡିଜିଟାଲ ପ୍ଲାଟଫର୍ମରେ ଏହି ଭାଷା ଉପଲବ୍ଧ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଆଦିବାସୀ ସମ୍ପ୍ରଦାୟ ଲୋକେ। ଆଉ ରାଜ୍ୟ ସରକାରଙ୍କର ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ ଯୋଗୁଁ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.