ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଏସ୍‌ଡିଓ

0

କଣ୍ଟାବାଞ୍ଜି: ସାମ୍ବାଦିକଙ୍କୁ ମାଡ଼ ମାରିବା ପଡିଲା ମାହାଙ୍ଗା। ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ କଣ୍ଟାବାଞ୍ଜି ଇଲେକ୍ଟ୍ରି ଏସ୍‌ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏହା ସହିତ ଦୁଇ ଜଣଙ୍କୁ ଚାକିରିରୁ ମଧ୍ୟ ନିଲମ୍ବନ କରାଯାଇଥିବା ଜଣାପଡିଛି।

ବୁଧବାର ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଉପରେ ଅଧିକାରୀଙ୍କ ମତାମତ ନେବାକୁ ଯାଇଥିବା ସମୟରେ ମଦ ପିଇ ମାତାଲ ଅବସ୍ଥାରେ ଥିବା କଣ୍ଟାବାଞ୍ଜି ଇଲେକ୍ଟ୍ରି ଏସଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ୍‌ ବିଭାଗର ଯନ୍ତ୍ରୀ ଚିନ୍ମୟ ସାହୁ ଟିଟିଲାଗଡ଼ର ଗଣମାଧ୍ୟମ ପ୍ରତିନିଧି ଅବିନାଶ ନନ୍ଦ, ସଞ୍ଜୟ ବେହେରା ଓ ତରୁଣ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ଟିଟିଲାଗଡ଼ ଥାନା ପୋଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଉଭୟ ଯନ୍ତ୍ରୀଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.