ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ଛତିଶଗଡ଼ ପୋଲିସ

0

ଛତିଶଗଡ଼: ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି।

ଆଜି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରହିଛି। ଏହା ପୂର୍ବରୁ ବିଶାଳ ଦାସଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖିଛି। ବିଶାଳ ଦାସ ଏକ ଭିଡିଓ କରି ଛତିଶଗଡ ପୋଲିସ ତାଙ୍କୁ ଅନୈତିକ ଭାବେ ଅଟକ ରଖଛି ବୋଲି ବିଶାଳ ସୂଚନା ଦେଇଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ବିଶାଲ କହିଛନ୍ତି। ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୋଲିସର ପ୍ରତିକ୍ରିୟା ମିଳିନି।

ତେବେ ବିଶାଲଙ୍କୁ ଅଟକ ନେଇ ପୂର୍ବତନ ବିଧାୟିକା ତଥା ତାଙ୍କ ଭଉଣୀ ଦୀପାଳି ଦାସ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ, ଗଣତନ୍ତ୍ରର ହତ୍ୟା ବୋଲି ଦୀପାଳି ଦାସ କହିଛନ୍ତି। ଲଇକେରା ପୋଲିସ ଅଟକ ରଖି ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି। ଅଟକ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଭେଟିବାକୁ ବିଶାଲ ଯାଇଥିଲେ। ଏହାପରେ ରାତି ୧ଟାରୁ ମୋ ଭାଇକୁ ବି ସେମାନେ ଅଟକ ରଖିଛନ୍ତି। ସେମାନେ ନିଜସ୍ବ ମତରେ ଆସିଥିବା କହିବା ପରେ ବି ଅଟକ ରଖିଛନ୍ତି। ବିଶାଳଙ୍କୁ ଅଟକ ରଖାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଦୀପାଳି ଦାସ। ଗୁରୁବାର ବିଶାଳଙ୍କ ହୋଟେଲ ଉପରେ ପୋଲିସ ରେଡ କରିଥିଲା। ପୋଲିସ ରେଡ କରିଥିବା ବେଳେ ଏହାକୁ ଅନୈତିକ ବୋଲି କହିଛନ୍ତି ଦୀପାଳି। ତେବେ କେଉଁ ଅଭିଯୋଗରେ ଅନ୍ୟ ରାଜ୍ୟର ପୋଲିସ ବିଶାଳଙ୍କୁ ଉଠାଇ ନେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୀପାଳିଙ୍କ ଅଭିଯୋଗରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।

ସୂଚନାଯୋଗ୍ୟ,ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଶୁକ୍ରବାର ହେବାର ରହିଛି। ଭୋଟ ଗ୍ରହଣର ସମୟ ସକାଳ ୧୦.୩୦ରୁ ୧୨.୦୦ ଯାଏ ରହିଥିବା ବେଳେ ଅଟକ ରଖିବା ଦ୍ବାରା ଉପରୋକ୍ତ ସଦସ୍ୟ ମାନେ ଭୋଟ ଦେବାରୁ ବଞ୍ଚିତ ରହିବେ। ଅନାସ୍ଥା ପ୍ରସ୍ତାବକୁ ପ୍ରଭାବିତ କରିବା ପାଇଁ ଏଭଳି ଡ୍ରାମା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଦୀପାଳି। ଗୁରୁବାର ସକାଳ ୯ଟାରେ ଲଇକେରା ଆଇଆଇସି ଦିଲୀପ ବେହେରା ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କ ବଡ଼ ଭାଇ ବିଶାଳ ଦାସଙ୍କ ସମ୍ବଲପୁର ମାଝିପାଲିସ୍ଥିତ ହୋଟେଲ ଡି ଲାଉଞ୍ଜରେ ପ୍ରବେଶ କରି ହୋଟେଲ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେଠାରେ ତଲାସି କରିଥିଲେ। ଓଡ଼ିଶା ପୋଲିସର ଜଣେ ହାବିଲଦାର ତାଙ୍କ ବାପା ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ସେ କହିଛନ୍ତି, ପୋଲିସର ଏପରି ଘଟଣା ଆମକୁ ମର୍ମାହତ କରିଛି। ଏ ନେଇ ବିଶାଳ ଦାସ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ତାଙ୍କ ପରିବାର ପାଇଁ ସୁରକ୍ଷା ମାଗିଛନ୍ତି।

Leave A Reply

Your email address will not be published.