ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଷ୍ଟିଲ ପ୍ଲାଣ୍ଟରେ ଚିମିନି ଭୁଶୁଡ଼ି ୪ ମୃତ

0

୨୫ରୁ ଅଧିକ ଶ୍ରମିକ ଦବିଥିବା ଆଶଙ୍କା
ଛତିଶଗଡ଼: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। ପ୍ଲାଣ୍ଟର ଚିମନୀ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଏବେ ବି ଅନେକ ଶ୍ରମିକ ଭୁଶୁଡ଼ି ପଡ଼ିଥିବା ଚିମନୀ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି।

ମୁଙ୍ଗେଲି ଏସ୍‌ପି ଭୋଜରାମ ପଟେଲ କହିଛନ୍ତି, ସାରଗାଓଁ ଅଞ୍ଚଳରେ ଥିବା କୁସୁମ ଷ୍ଟିଲ ପ୍ଲାଣ୍ଟରେ କାମ ଚାଲୁଥିବା ବେଳେ ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଥିଲା। ପ୍ଲାଣ୍ଟରେ ଚିମନୀ ଭୁଶୁଡ଼ି ପଡ଼ିବାରୁ ଏହା ତଳେ କାର୍ଯ୍ୟରତ ଶ୍ରମିକମାନେ ଚାପି ହୋଇ ରହିଯାଇଥିଲେ। ଏନେଇ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା। ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ। ଷ୍ଟିଲ ପ୍ଲାଟର ଜିନିଷ ରଖିବାକୁ ସିଲୋର ବ୍ୟବହାର ହୋଇଥାଏ।

ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ କାର୍ଯ୍ୟରେ ମେସିନ ବ୍ୟବହାର କରି ଦୁଇ ଜଣକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମୁଙ୍ଗେଲି ଏସ୍‌ପି ଭୋଜରାମ ପଟେଲ କହିଛନ୍ତି।

Leave A Reply

Your email address will not be published.