ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

୪୮ ଘଣ୍ଟା ଯାଏଁ ରହିବ ଶୀତ, ୧୨ ରୁ କମିବ

0

ଭୁବନେଶ୍ବର: ଏବେ ରାଜ୍ୟ ରେ ଶୀତ ର ପ୍ରଭାବ ରହିଛି। ଉତ୍ତର ପଶ୍ଚିମ ଦିଗ ରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହ, ମେଘମୁକ୍ତ ଆକାଶ, ସକ୍ରିୟ ପାଣିପାଗ ସିଷ୍ଟମ୍ ର ଅନୁପସ୍ଥିତି ଯୋଗୁଁ ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହିଛି ତେଣୁ ଥଣ୍ଡା ଅନୁଭୂତ ହେଉଛି। ଏହିଭଳି ସ୍ଥିତି ଆସନ୍ତା ୪୮ ଘଣ୍ଟା ଯାଏଁ ଜାରି ରହିବ।

୪୮ ଘଣ୍ଟା ପରେ ଅର୍ଥାତ୍ ୧୨ ଜାନୁଆରୀ ଠାରୁ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଯାହା ଫଳରେ ଶୀତ ର ପ୍ରଭାବ ହ୍ରାସ ପାଇବ। ସେହିପରି ୧୩ ତାରିଖ ଠାରୁ ଦିନ ତାପମାତ୍ରା ୧-୨°C ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଆସନ୍ତା ଏକ ସପ୍ତାହ ଯାଏଁ ରାଜ୍ୟ ରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳ ରେ ଏବଂ ଉପକୂଳ ଓଡ଼ିଶା ର ସ୍ଥାନେ ସ୍ଥାନେ ମଧ୍ୟମ ରୁ ଘନ କୁହୁଡ଼ି ର ପ୍ରଭାବ ରହିବ।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.