ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସହଦେଵଙ୍କ ପରିବାର

0

ପରିବାର କୁ ପଚାଶ ହଜାର ଟଙ୍କା ସହାୟତା ଦେଲେ ନବୀନ
ଭୁବନେଶ୍ୱର: ଚଳିତ ଜାନୁଆରୀ ୮ ତାରିଖ ସକାଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ଥିବା ଭୁବନେଶ୍ୱର ରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଫ୍ଲାଇ ଓଭରରେ ଭୁବନେଶ୍ୱର ମହାନଗର ନିଗମ ସାନିଟାରି ସୁପରଭାଇଜର ସହଦେଵ ନାୟକ ଙ୍କୁ ନିର୍ମମ ହତ୍ୟା .କଡା ସୁରକ୍ଷା ବଳୟ ରେ ଥିବାବେଳେ ଭୁବନେଶ୍ୱର ରେ ଏପରି ଵୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ହତ୍ୟାର ଶିକାର ହୋଇଥିବା ସହଦେଵ ନାୟକ ଙ୍କ ବିଧବା ପତ୍ନୀ ଓ ଦୁଇ ଝିଅ ଆଜି ସନ୍ଧ୍ୟା ରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ନୃଶଂସ ହତ୍ୟା ରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ଦାବୀ ଜଣାଇଥିଲେ।

ଶ୍ରୀ ପଟନାୟକ ସ୍ବର୍ଗତ ସହଦେଵ ନାୟକଙ୍କ ପତ୍ନୀ ଓ ପିଲା ମାନଙ୍କୁ ସାନ୍ତ୍ୱନା ଦେବା ସହ ଏ ଦାରୁଣ ବିପତ୍ତି ସମୟ ରେ ସେ ତାଙ୍କ ସହ ଅଛନ୍ତି ଓ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ.ଏହି ଜଘନ୍ୟ ହତ୍ୟା ଘଟଣା କୁ କଡା ନିନ୍ଦା କରିବା ସହ ତାଙ୍କ ପରିବାର ଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବେ ବୋଲି ଶ୍ରୀ ପଟନାୟକ କହିଥିଲେ। ଶୁଦ୍ଧି କର୍ମ ପାଇଁ ବିରୋଧୀ ଦଳ ନେତା ଶ୍ରୀ ପଟନାୟକ ସ୍ବର୍ଗତ ନାୟକଙ୍କ ପରିବାରକୁ ପଚାଶ ହଜାର ଟଙ୍କାର ସହାୟତା ତାଙ୍କ ପତ୍ନୀ ଙ୍କୁ ପ୍ରଦାନ କରିଥିଲେ।

ଏହି ସାକ୍ଷାତ ସମୟରେ ମେୟର ସୁଲୋଚନା ଦାସ ବିଧାୟକ ଅନନ୍ତ ନାରାୟଣ ଜେନା,ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କ ସମେତ କର୍ପୋରେଟର ମନେ ଉପସ୍ଥିତ ଥିଲେ।ଉଲ୍ଲେଖ ଯୋଗ୍ୟ ଯେ ହତ୍ୟାର ଦୁଇ ଦିନ ପୂର୍ବରୁ ସ୍ବର୍ଗତ ନାୟକ ତାଙ୍କ ପରିବାର ସହ ନବୀନ ନିବାସ କୁ ଯାଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଙ୍କୁ ନୂଆ ବର୍ଷ ର ଶୁଭେଚ୍ଛା ଜଣାଇଥିଲେ।

ସୂଚନା ଯୋଗ୍ୟ ଯେ ବିଏମ୍‌ସି ର ହସ୍ତକ୍ଷେପ କ୍ରମେ ସ୍ବର୍ଗତ ନାୟକ ଙ୍କୁ ସେ କାମ କରୁଥିବା ଠିକା ସଂସ୍ଥା ପାଞ୍ଚ ଲକ୍ଷ୍ୟ ଟଙ୍କା ସହାୟତା ସହ ପରିବାର ର ଜଣକୁ ଚାକିରୀ ଦବାନେଇ ଗତକାଲି ବିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଥିଲା

Leave A Reply

Your email address will not be published.