ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଓଡ଼ିଶାର ପ୍ରତି ଜିଲ୍ଲାରେ ହେବ ସମ୍ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ

0

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍‌ଥ କେୟାର ସର୍ଭିସେସ୍ ପକ୍ଷରୁ ଏକ ବିସ୍ତୃତ ଯୋଜନା ହାତକୁ ନିଆଯାଇଛି। ତୃଣମୂଳ ସ୍ତରର ଲୋକଙ୍କୁ ସୁଲଭ ତଥା ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟ ସେବା ଦେବାକୁ ପ୍ରତି ଜିଲ୍ଲାରେ ଏହି ସଂସ୍ଥା ପକ୍ଷରୁ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ୍ ସ୍ଥାପନ କରାଯିବ। ଏହି ପରିପ୍ରେକ୍ଷୀରେ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଗୃହୀତ ହୋଇଛି ବୋଲି ବୁଧବାର ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି।

ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ସ୍ୱାସ୍ଥ୍ୟ ବିଭାଗର କମିସନର କମ୍ ସେକ୍ରେଟାରୀ ଶ୍ରୀମତି ଏସ୍‌. ଅଶ୍ୱତିଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଥିଲା। ଉଭୟ ପ୍ରାଇମେରୀ ଏବଂ ସେକେଣ୍ଡାରୀ ସ୍ୱାସ୍ଥ୍ୟ ସେବା ସହ ଏହି ହସ୍ପିଟାଲ୍ ଗୁଡ଼ିକରେ ଅତ୍ୟାଧୁନିକ ଡାଇଗ୍ନୋସିସ୍ ଲ୍ୟାବ୍‌, ବୟୋଜ୍ୟେଷ୍ଠଙ୍କ ଲାଗି ସ୍ୱତନ୍ତ୍ର ଯତ୍ନ, ଫାର୍ମାସୀ, ଟ୍ରମା କେୟାର, ଇମର୍ଜେନ୍ସି ଏବଂ ଫିଜିଓଥେରାପି ସୁବିଧା ପ୍ରଦାନ କରାଯିବ। ଏଥି ନିମନ୍ତେ ୧୦୦୦ କୋଟି ଟଙ୍କାର ନିବେଶ ହେବ ଓ ୯୦୦ ଲୋକଙ୍କ ଲାଗି ସିଧାସଳଖ ଓ ୬୦୦୦ ଲୋକଙ୍କ ନିମନ୍ତେ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସମ୍ ହେଲ୍‌ଥକେୟାରର ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ଅନୁରାଗ ନାୟକ ସୂଚନା ଦେଇଛନ୍ତି।
ଶ୍ରୀ ନାୟକ କହିଛନ୍ତି ଲୋକେ ସ୍ୱାସ୍ଥ୍ୟ ସେବା ଲାଗି ଭୁବନେଶ୍ୱର ଓ କଟକ ଭଳି ବଡ଼ ସହରଗୁଡ଼ିକ ଉପରେ ନିର୍ଭରଶୀଳ ହେଉଛନ୍ତି। ଲୋକଙ୍କ ନିକଟରେ ଉତମ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ଦିଗରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି।

Leave A Reply

Your email address will not be published.