ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଟ୍ରାଫିକ କଟକଣା ଜାରି

0

ପୁରୀ: ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଅତ୍ୟଧିକ ଭିଡ ହେବା ସମ୍ଭାବନା ଥିବାରୁ ସୁରୁଖୁରୁରେ ଟ୍ରାଫିକ୍ ଚଳାଚଳ ପାଇଁ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ ପୁଲିସ ଟ୍ରାଫିକ କଟକଣା ଜାରି କରିଛି।

ପୁରୀ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ପଟୁ ଆସୁଥିବା ବସ୍ ଗୁଡିକ ରାମଚଣ୍ଡୀ ପୁଲିସ ଷ୍ଟେସନ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେହି ବାଟ ଦେଇ ଫେରିବାକୁ ହେବ। କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସ୍ ଗୁଡ଼ିକୁ କୋଣାର୍କ ହେଲିପ୍ୟାଡ୍ ପଡ଼ିଆରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ଫେରିବା ସମାନ ମାର୍ଗରେ ରହିବ।

ପୁରୀ ପାର୍ଶ୍ୱରୁ ଆସୁଥିବା ଚାରି ଚକିଆ ଯାନକୁ ରାମଚଣ୍ଡୀ ପୁଲିସ ଷ୍ଟେସନ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେମାନଙ୍କୁ ସମାନ ମାର୍ଗରେ ଫେରିବାକୁ ହେବ। କାକଟପୁର ଓ ନିମାପଡ଼ା ପାର୍ଶ୍ୱରୁ ଆସୁଥିବା ଚାରି ଚକିଆ ଯାନକୁ କୋଣାର୍କ ହେଲିପ୍ୟାଡ୍ ପଡ଼ିଆରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯାଇ ସେମାନଙ୍କ ଫେରିବା ସମାନ ରାସ୍ତାରେ ହେବ। କୋଣାର୍କ ହେଲିପ୍ୟାଡ୍ ପଡିଆରେ ପାର୍କିଂ ସ୍ଥାନ ଶେଷ ହେବା ପରେ ସମସ୍ତ ଚାରି ଚକିଆ ଯାନକୁ ଆଇଓସିଏଲ୍ ପାର୍କିଂ ଏବଂ କୋଣାର୍କସ୍ଥିତ ଏଏସ୍ ଆଇ ମ୍ୟୁଜିୟମ୍ ପାର୍ଶ୍ୱରେ ପାର୍କିଂ କରାଯିବ।
ପୁରୀ ପାର୍ଶ୍ୱରୁ ଆସୁଥିବା ଦୁଇ ଚକିଆ ଯାନକୁ ଲାଇଟ୍ ହାଉସ୍ ପାର୍ଶ୍ୱରେ ରାସ୍ତାର ବାମ ପାର୍ଶ୍ୱରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେମାନଙ୍କ ଫେରିବା ସମାନ ମାର୍ଗରେ ହେବ।

କାକଟପୁର ଓ ନିମାପଡ଼ା ପାର୍ଶ୍ୱରୁ ଆସୁଥିବା ଦୁଇ ଚକିଆ ଯାନ କୋଣାର୍କ ହେଲିପ୍ୟାଡ୍ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେମାନଙ୍କ ଫେରିବା ସମାନ ମାର୍ଗରେ ହେବ। କୋଣାର୍କ ହେଲିପ୍ୟାଡରେ ପାର୍କିଂ ସ୍ଥାନ ଶେଷ ହେବା ପରେ ସମସ୍ତ ଦୁଇ ଚକିଆ ଯାନକୁ ଆଇଓସିଏଲ୍ ପାର୍କିଂ ଓ କୋଣାର୍କସ୍ଥିତ ଏଏସ୍ ଆଇ ମ୍ୟୁଜିୟମ୍ ପାର୍ଶ୍ୱ ପାର୍କିଂରେ ପାର୍କିଂ କରାଯିବ।

ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ଅନୁଯାୟୀ ଆସନ୍ତାକାଲି (ଫେବୃଆରୀ ୩) ଦିନ ୧୨ଟାରୁ ଫେବୃଆରୀ ୪ ତାରିଖ ସକାଳ ୮ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ। ନିମାପଡା/କାକଟପୁର ପାର୍ଶ୍ୱରୁ ପୁରୀ ଯିବାକୁ ଥିବା ଗାଡି ପାଇଁ ଜୁନି ବଜାର ଛକରୁ ନଳକଣା, ସୁତନ ଓ ବାଲି କପିଳେଶ୍ୱର ଦେଇ ଟିକିନା ଛକ ପର୍ଯ୍ୟନ୍ତ ରାସ୍ତାକୁ ଜରୁରୀକାଳୀନ ମାର୍ଗ ଭାବେ ବ୍ୟବହାର କରାଯିବ।

Leave A Reply

Your email address will not be published.