ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆସନ୍ତାକାଲି କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ

0

ପ୍ରୟାଗରାଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ ବୁଧବାର (୫ ଫେବୃଆରୀ ୨୦୨୫) ମହାକୁମ୍ଭ ସ୍ନାନ ପାଇଁ ଯିବେ। ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚିବେ, ତା’ପରେ ସେ ସଙ୍ଗମରେ ସ୍ନାନ କରିବେ। ପ୍ରୟାଗରାଜଠାରେ ମହାକୁମ୍ଭ ପରିଦର୍ଶନ କରିବା ସହ ସଙ୍ଗମରେ ବୁଡ଼ ପକାଇବେ ଓ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ। ତେବେ ସେହିଦିନ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ମହାକୁମ୍ଭ ସ୍ନାନକୁ ଗୁରୁତ୍ୱପୂର୍ଣ୍ଣ ମାନେ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇଥିଲା। ତେବେ ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ ରେ ପୌଷ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୨୬ ରେ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO) କହିଛି ଯେ ମହାକୁମ୍ଭ ହେଉଛି ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହା ସାରା ବିଶ୍ୱରୁ ଭକ୍ତଙ୍କୁ ଆକର୍ଷିତ କରେ। ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ତୀର୍ଥଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ତୀର୍ଥସ୍ଥଳଗୁଡ଼ିକରେ ଭିତ୍ତିଭୂମି ଏବଂ ସୁବିଧା ବୃଦ୍ଧି ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନିଆଯାଉଛି। ପୂର୍ବରୁ, ଡିସେମ୍ବର ୧୩, ୨୦୨୪ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ପାଇଁ ସଂଯୋଗ, ସୁବିଧା ଏବଂ ସେବାକୁ ଉନ୍ନତ କରିବା ପାଇଁ ୫,୫୦୦ କୋଟି ଟଙ୍କାର ୧୬୭ଟି ବିକାଶ ପ୍ରକଳ୍ପର ଉଦଘାଟନ କରିଥିବା ବିବୃତ୍ତିରେ କୁହାଯାଇଛି।

Leave A Reply

Your email address will not be published.