ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରେଳ ୱାଗନରୁ ୧୨ ବୋମା ଜବତ ଘଟଣାରେ ୨ କର୍ମଚାରୀ ନିଲମ୍ବିତ

0

ବଲାଙ୍ଗୀର: କଣ୍ଟାବାଞ୍ଜି ଷ୍ଟେସନରେ ଏକ ମାଲଗାଡ଼ି ଓ୍ବାଗନରୁ ୧୨ଟି ଅଫୁଟା ବୋମା ଜବତ ଘଟଣା। ନିଲମ୍ବିତ ହେଲେ ଦୁଇ କର୍ମଚାରୀ। କାର୍ଯ୍ୟରେ ଅବହେଳା କାରଣରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଯାଞ୍ଚ ବେଳେ ଗୋଟିଏ ମାଲଗାଡ଼ିର ୱାଗନରୁ ୧୨ଟି ଅଫୁଟା ବୋମା ଜବତ ହୋଇଥିଲା। ଏହି ବୋମା ୧୫୫ ଏମଏମ୍‌ ବିଶିଷ୍ଟ ହୋଇଥିବାବେଳେ ଏହା ତୋପ (ଟ୍ୟାଙ୍କ)ରେ ଭାରତୀୟ ସେନା ଦ୍ବାରା ବ୍ୟବହାର କରାଯାଏ ବୋଲି ଜଣାପଡ଼ିଛି।

ଫୁଲଗାଓରୁ କିଛି ବୋମା ବଡ଼ମାଲ ଗୋଲାବାରୁଦ କାରଖାନାକୁ ଆସିଥିଲା। ଗୋଟିଏ ୟୁନିଟ୍ ବୋମା ରେଳ ୱାଗନରେ ରହି ଯାଇଥିଲା। ବୋମାଗୁଡ଼ିକ ସଇନ୍ତଳା ବଡ଼ମାଳ ଗୋଳାବାରୁଦ କାରଖାନାର। ବଡ଼ମାଳର ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି। ବୋମା ଜବତ ପରେ ଏକ ବଡ଼ ଅଘଟଣାରୁ ମଧ୍ୟ ରକ୍ଷା ମିଳିଥିବା କୁହାଯାଉଛି।

Leave A Reply

Your email address will not be published.