ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରେଳ ୱାଗନରୁ ୧୨ ବୋମା ଜବତ ଘଟଣାରେ ୨ କର୍ମଚାରୀ ନିଲମ୍ବିତ

0

ବଲାଙ୍ଗୀର: କଣ୍ଟାବାଞ୍ଜି ଷ୍ଟେସନରେ ଏକ ମାଲଗାଡ଼ି ଓ୍ବାଗନରୁ ୧୨ଟି ଅଫୁଟା ବୋମା ଜବତ ଘଟଣା। ନିଲମ୍ବିତ ହେଲେ ଦୁଇ କର୍ମଚାରୀ। କାର୍ଯ୍ୟରେ ଅବହେଳା କାରଣରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଯାଞ୍ଚ ବେଳେ ଗୋଟିଏ ମାଲଗାଡ଼ିର ୱାଗନରୁ ୧୨ଟି ଅଫୁଟା ବୋମା ଜବତ ହୋଇଥିଲା। ଏହି ବୋମା ୧୫୫ ଏମଏମ୍‌ ବିଶିଷ୍ଟ ହୋଇଥିବାବେଳେ ଏହା ତୋପ (ଟ୍ୟାଙ୍କ)ରେ ଭାରତୀୟ ସେନା ଦ୍ବାରା ବ୍ୟବହାର କରାଯାଏ ବୋଲି ଜଣାପଡ଼ିଛି।

ଫୁଲଗାଓରୁ କିଛି ବୋମା ବଡ଼ମାଲ ଗୋଲାବାରୁଦ କାରଖାନାକୁ ଆସିଥିଲା। ଗୋଟିଏ ୟୁନିଟ୍ ବୋମା ରେଳ ୱାଗନରେ ରହି ଯାଇଥିଲା। ବୋମାଗୁଡ଼ିକ ସଇନ୍ତଳା ବଡ଼ମାଳ ଗୋଳାବାରୁଦ କାରଖାନାର। ବଡ଼ମାଳର ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି। ବୋମା ଜବତ ପରେ ଏକ ବଡ଼ ଅଘଟଣାରୁ ମଧ୍ୟ ରକ୍ଷା ମିଳିଥିବା କୁହାଯାଉଛି।

Leave A Reply

Your email address will not be published.