ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଘର

0

ଭୁବନେଶ୍ବର: ଅନ୍ତୋଦୟ ଗୃହ ଯୋଜନାରେ ମିଳିବ ପକ୍କା ଘର। କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ଘର ମିଳିବ। ଜଣେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ମିଳିବ। ପଏମ୍ ଆବାସ ଯୋଜନାରୁ ବାଦ ଲୋକଙ୍କୁ ମଧ୍ୟ ସାମିଲ କରାଯିବ। ପିଏମ ଆବାସ ଭଳି ଏଥିରେ ମଧ୍ୟ ବୋନସ ପ୍ରଦାନ କରାଯିବ। ୪ ମାସରେ ଘର ସାରିଲେ ୨୦ ହଜାର ବୋନସ ମିଳିବ। ସେହିପରି ୬ ମାସରେ ସାରିଲେ ୧୦ ହଜାର ବୋନସ ମିଳିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଅନ୍ତୋଦୟ ଗୃହ ଯୋଜନା’ ର ମୂଳ ଲକ୍ଷ୍ୟ। ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ଭିନ୍ନକ୍ଷମ ବ୍ୟକ୍ତି ମୁଖ୍ୟ ଉପାର୍ଜନକାରୀ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ।

ଏହି ଯୋଜନାରେ ହିତାଧିକାରୀ, ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ। ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ ଅନ୍ୟୁନ୍ୟ ୨,୨୫,୦୦୦ ନୂତନ ପକ୍କା ଘର ମଞ୍ଜୁର କରାଯିବ। ପିଏମ ଆବାସ ଭଳି ଏଥିରେ ମଧ୍ୟ ବୋନସ ପ୍ରଦାନ କରାଯିବ। ୪ ମାସରେ ଘର ସାରିଲେ ୨୦ ହଜାର ବୋନସ ମିଳିବ। ସେହିପରି ୬ ମାସରେ ସାରିଲେ ୧୦ ହଜାର ବୋନସ ମିଳିବ। ସ୍ବାମୀ, ସ୍ତ୍ରୀ, ନିର୍ଭରଶୀଳ ବାପା ମାଆଙ୍କୁ ପରିବାର ଗଣାଯିବ। ଏଥିପାଇଁ ରାଜ୍ୟ ସରକାର ୭ ହଜାର ୫୫୦ କୋଟି ବ୍ୟୟ କରିବେ।

Leave A Reply

Your email address will not be published.