ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ହାରିଲେ କେଜ୍ରିୱାଲ

0

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ଗୋଟିଏ ପଟେ ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍‌ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଖୋଦ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପରାଜିତ ହୋଇଛନ୍ତି।

ଜଙ୍ଗପୁରାରୁ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପରାଜିତ ହୋଇଛନ୍ତି। ସିସୋଦିଆଙ୍କୁ ୩୮,୧୮୪ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ତରବିନ୍ଦରଙ୍କୁ ୩୮,୮୫୯ ଭୋଟ ମିଳିଛି।ସେହିପରି ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା। ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଅନ୍ୟପଟେ କାଲଜାକୀ ସିଟରୁ ବିଜୟୀ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ସେ ବିଜେପିର ରେମଶ ବିଦୁଡିଙ୍କୁ ହରାଇ ବିଜୟ ଲାଭ କରିଛନ୍ତି ।

୨୦୧୫ ମସିହାରୁ ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି କ୍ଷମତାଚ୍ୟୁତ ହେବାକୁ ଯାଉଛି। ଦଳ ୨୫ରୁ କମ ଆସନରେ ଆଗୁଆ ଅଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏଏପି ଆବାହକ ଅରବିନ୍ଦ କେଜରିୱାଲ ନିଜେ ତାଙ୍କ ଆସନରୁ ପଛରେ ଅଛନ୍ତି। ଦିଲ୍ଲୀରେ, ଯେଉଁଠାରେ ଆପ ସବୁଠାରୁ ଶକ୍ତିଶାଳୀ ଥିଲା, ଏହାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା କିପରି ଘଟିଲା ବୋଲି କେଜରିୱାଲଙ୍କ ‘ଗୁରୁ’ ତଥା ସାମାଜିକ କର୍ମୀ ଆନ୍ନା ହଜାରେ ଏ ଭିତରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେଜ୍ରିୱାଲ ଭୁଲ ରାସ୍ତାରେ ଚାଲିଯାଇଛନ୍ତି। ଜନତାଙ୍କ ପ୍ରତି ନିଃସ୍ୱାର୍ଥପର ସେବା ହେଉଛି ଈଶ୍ୱରଙ୍କ ପୂଜା, ସେ ଏହାକୁ ବୁଝିପାରିଲେ ନାହିଁ, ଯାହା ଫଳରେ ସେ ଭୁଲ ରାସ୍ତାରେ ଚାଲିଗଲେ। ଲୋକଙ୍କ ନୂଆ ଦଳ ଉପରେ ବିଶ୍ୱାସ ଥିଲା।’ କିନ୍ତୁ ପରେ, ମଦ ଦୋକାନ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ, କେଜରିୱାଲ ଭାବମୂର୍ତ୍ତି ଖରାପ ହେବାକୁ ଲାଗିଲା।

ଆନ୍ନା ଆହୁରି କହିଛନ୍ତି, ’ମୁଁ ବହୁତ ଦିନ ଧରି କହିଆସୁଛି ଯେ ର୍ନିବାଚନ ଲଢ଼ିବା ସମୟରେ ପ୍ରାର୍ଥୀଙ୍କର ଚରିତ୍ର, ଭଲ ଚିନ୍ତାଧାରା ରହିବା ଉଚିତ ଏବଂ ତାଙ୍କ ଭାବମୂର୍ତ୍ତିରେ କୌଣସି ଦାଗ ରହିବା ଉଚିତ ନୁହେଁ।’ ମୁଁ ଏହା କେଜ୍ରିୱାଲଙ୍କୁ କହିଥିଲି କିନ୍ତୁ ସେ ଧ୍ୟାନ ଦେଇ ନଥିଲେ। ସେ ମଦ ଏବଂ ଟଙ୍କାରେ ଫସିଗଲେ। ଏହା ସେମାନଙ୍କର ଭାବମୂର୍ତ୍ତିକୁ ଖରାପ କରିଛି ଏବଂ ତେଣୁ ସେମାନେ ର୍ନିବାଚନରେ କମ ଭୋଟ ପାଉଛନ୍ତି।

Leave A Reply

Your email address will not be published.