ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ବଦଳିବ ‘ମୋ ବସ’ ହେବ ‘ଆମ ବସ’

0

ଭୁବନେଶ୍ବର: ବଦଳିବ ‘ମୋ ବସ୍‌’ର ନାଁ। ‘ମୋ ବସ୍’ ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ‘ମୋ ବସ୍‌’ ଏକ ଅହଂକାର ଶବ୍ଦ। ମୋହନ ସରକାର ଲୋକଙ୍କ ସରକାର। ତେଣୁ ମୋ ବଦଳରେ ଆମର କହିବା ଠିକ୍‌ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର।
ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ନିକଟ ଅତୀତରେ ‘ମୋ ବସ୍’ ଦୁର୍ଘଟଣା ବଢିବାରେ ଲାଗିଛି। ତେଣୁ ଦୁର୍ଘଟଣା ରୋକିବାକୁ ବସ୍‌ର ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବା ପାଇଁ ବସ୍‌ରେ ଆଡସ୍‌ ମଧ୍ୟ ଲାଗିବ। ଯଦ୍ଵାରା ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍‌ ବାଜିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର।

ସୂଚନାଯୋଗ୍ୟ, ‘ମୋ ବସ୍’ ଲୋକଙ୍କୁ ସୁବିଧା ଯୋଗାଉଥିବା ବେଳେ ତାହା ଆଗକୁ ଜାରି ରହିବ। ଆବଶ୍ୟକ ପଡ଼ିଲେ ବସ୍ ସଂଖ୍ୟା ବୃଦ୍ଧି କରାଯିବ। ଆଗାମୀ ଦିନରେ ‘ମୋ ବସ’ଗୁଡ଼ିକ ବୈଦ୍ୟୁତ ବସ୍ ହେବ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Leave A Reply

Your email address will not be published.