ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବଦଳିବ ‘ମୋ ବସ’ ହେବ ‘ଆମ ବସ’

0

ଭୁବନେଶ୍ବର: ବଦଳିବ ‘ମୋ ବସ୍‌’ର ନାଁ। ‘ମୋ ବସ୍’ ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ‘ମୋ ବସ୍‌’ ଏକ ଅହଂକାର ଶବ୍ଦ। ମୋହନ ସରକାର ଲୋକଙ୍କ ସରକାର। ତେଣୁ ମୋ ବଦଳରେ ଆମର କହିବା ଠିକ୍‌ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର।
ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ନିକଟ ଅତୀତରେ ‘ମୋ ବସ୍’ ଦୁର୍ଘଟଣା ବଢିବାରେ ଲାଗିଛି। ତେଣୁ ଦୁର୍ଘଟଣା ରୋକିବାକୁ ବସ୍‌ର ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବା ପାଇଁ ବସ୍‌ରେ ଆଡସ୍‌ ମଧ୍ୟ ଲାଗିବ। ଯଦ୍ଵାରା ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍‌ ବାଜିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର।

ସୂଚନାଯୋଗ୍ୟ, ‘ମୋ ବସ୍’ ଲୋକଙ୍କୁ ସୁବିଧା ଯୋଗାଉଥିବା ବେଳେ ତାହା ଆଗକୁ ଜାରି ରହିବ। ଆବଶ୍ୟକ ପଡ଼ିଲେ ବସ୍ ସଂଖ୍ୟା ବୃଦ୍ଧି କରାଯିବ। ଆଗାମୀ ଦିନରେ ‘ମୋ ବସ’ଗୁଡ଼ିକ ବୈଦ୍ୟୁତ ବସ୍ ହେବ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Leave A Reply

Your email address will not be published.