ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସର୍ବନିମ୍ନ ୧୦ ହଜାର ଟଙ୍କା ମିଳିବ ପେନସନ୍

0

ନୂଆଦିଲ୍ଲୀ: ଗତ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା କେନ୍ଦ୍ର କ୍ୟାବିନେଟ୍। ସୁନିଶ୍ଚିତ ପେନ୍‌ସନ୍, ପାରିବାରିକ ପେନ୍‌ସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନ୍‌ସନ୍ ନିର୍ଦ୍ଧାରଣ କରିବା ପାଇଁ ବିଭିନ୍ନ ସେବା ସଂଗଠନ ମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଜାତୀୟ ପେନସନ୍ ବ୍ୟବସ୍ଥାରେ ଆହୁରି ସୁଧାର ଆଣି, ଏହି ଏକୀକୃତ ପେନସନ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆସନ୍ତା ୨୦୨୫ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକ୍ଷମ କରାଯିବ। ଏହାରି ଭିତରେ ରାଜ୍ୟରେ ମଧ୍ୟ ଲାଗୁ ହେବ ଏହି ଏକୀକୃତ ପେନସନ୍ ଯୋଜନା। ଏକୀକୃତ ପେନସନ୍ ଯୋଜନା ଉପରେ କ୍ୟାବିନେଟ୍ ମୋହର ଲଗାଇଛନ୍ତି ରାଜ୍ୟ ସରକାର।

ଯେଉଁ କର୍ମଚାରୀ ମାନେ ଏନପିଏସ ବ୍ୟବସ୍ଥାରେ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ ସ୍ଥିର କରିଛନ୍ତି। ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ, ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ବା ବେସିକ୍ ପେ’ର, ୫୦ ପ୍ରତିଶତ ହାରରେ ପେନ୍‍ସନ ମିଳିବ। ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ଚାକିରି ଅବଧି କ୍ଷେତ୍ରରେ ପେନ୍‌ସନ୍ ଆନୁପାତିକ ଭାବେ ମିଳିବ।

ସେହିପରି ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ହାରରେ ପାରିବାରିକ ପେନସନ୍ ମିଳିବ। ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ପେନ୍‍ସନ୍‍ ମିଳିବ। ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକର ଏକ ଦଶମାଂଶ ଏକକାଳୀନ ରାଶି ଭାବେ ମିଳିବ। ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନ୍ ର ପରିମାଣ କମ୍ ହେବ ନାହିଁ।

Leave A Reply

Your email address will not be published.