ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭିସୁଟର କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ଦୀପକ କୁମାର ସାହୁ

0

ସମ୍ବଲପୁର: ଓଡିଶା ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍‌ପତି ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତ କରିଛନ୍ତି।

୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସ୍କୁଲ ଅଫ୍ ଇଂଜିନିୟରିଂ (ସିୟୁଏସଏଟି)ରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଓୟୁଟିଆରରେ ବିଏସସି ଇଂଜିନିୟରିଂ (ସିଭିଲ୍‌) ପରେ ପ୍ରଫେସର ସାହୁ (ସିୟୁଏସଏଟି) ରେ ଏମ୍‌.ଟେକ୍ କରିଥିଲେ ଏବଂ ଆଇଆଇଟି ରୁର୍‌କିରୁ ପିଏଚ୍‌ଡି ହାସଲ୍ କରିଥିଲେ। ସେ ଏଲଏଲବି ମଧ୍ୟ କରିଛନ୍ତି।
ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ ବର୍ଷର ଅଭିଜ୍ଞତା ରହିଛି। ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ଼ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡ଼େମିକ କାଉନ୍‌ସିଲର ସଦସ୍ୟ ଏବଂ ସିନେଟ୍‌ର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ ଅଭିଜ୍ଞତା ରହିଛି।

ପାଠ୍ୟଗତ ସଫଳତା ମଧ୍ୟରେ ଗୋଟିଏ ପୁସ୍ତକରେ ପ୍ରକାଶନ, ଗୋଟିଏ ପୁସ୍ତକର ସଂପାଦନା ମୁଖ୍ୟ ଏବଂ ଛଅଟି ସନ୍ଦର୍ଭର ସମୀକ୍ଷା କରିଛନ୍ତି। ଏହାବ୍ୟତୀତ ୩୫ଟି ଜର୍ଣ୍ଣାଲ ଓ ପୁସ୍ତକରେ ସନ୍ଦର୍ଭ ପ୍ରକାଶନ ପାଇଁ ପ୍ରଫେସର ସାହୁଙ୍କର ଅବଦାନ ରହିଛି। ଅପରପକ୍ଷରେ ପ୍ରଫେସର ସାହୁଙ୍କ ଅଧିନରେ ୬ଜଣ ଗବେଷକ ସଫଳତାର ସହ ପି.ଏଚ୍‌.ଡି. ଡ଼ିଗ୍ରୀ ହାସଲ କରିଛନ୍ତି।

Leave A Reply

Your email address will not be published.