ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

0

ଭୁବନେଶ୍ବର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି +୨ ଥିଓରି ପରୀକ୍ଷା। ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠୁ ପରୀକ୍ଷା ହବ୍ ଗୁଡିକୁ +୨ ପରୀକ୍ଷା ପ୍ରଶ୍ନପତ୍ର ଯିବା ଆରମ୍ଭ ହୋଇଛି। କଡା ସୁରକ୍ଷା ମଧ୍ୟରେ ୧୦ଟି ରୁଟ ଦେଇ ଏହି ପ୍ରଶ୍ନପତ୍ରଗୁଡିକୁ ପରୀକ୍ଷା ହବକୁ ନିଆଯାଉଛି। କଡା ସୁରକ୍ଷା ବଳୟ ଭିତରେ ରାଜ୍ୟରେ ଥିବା ୨୦୫ଟି ହବରେ ଏହି ପ୍ରଶ୍ନପତ୍ର ରଖାଯିବ। ପରୀକ୍ଷା ଦିନ ପ୍ରଶ୍ନପତ୍ରକୁ ହବରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବ।
ସେପଟେ ଏଥର ପରୀକ୍ଷା ଜଗିବ ସିସିଟିଭି। ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ। ଏଥିସହ ପ୍ରଶ୍ନପତ୍ର ଲିକ୍ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। କପି ରୋକିବା ନେଇ ୫ ସ୍ତରୀୟ ବ୍ୟବସ୍ଥା ସହିତ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ ହୋଇଛି। ବଡ଼ ବଡ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ସ୍କ୍ୱାଡ୍ ଜଗିବେ।

ଆସନ୍ତା ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ। ୧ ହଜାର ୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ। ଅନ୍ୟପଟେ ଦିବ୍ୟାଙ୍ଗମାନଙ୍କ ପାଇଁ ୪ଘଣ୍ଟାର ପରୀକ୍ଷା ଅବଧି ରହିବ। ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି । ଏଥିସହିତ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.