ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ୨ ଜଣଙ୍କୁ କଲେ ହତ୍ୟା ମାଓବାଦୀ

0

ବିଜାପୁର: ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କରିଛନ୍ତି ଲାଲବାହିନୀ। ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଏଥିସହିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି।

ସୂଚନା ଥାଉକି, ଛତିଶଗଡରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ଅବସରରେ ମାତିଛନ୍ତି ମାଓବାଦୀ। ନିର୍ବାଚନ ବେଳେ ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ। ତେବେ ମାଓବାଦୀଙ୍କୁ ଉଚିତ୍ ଜବାବ୍ ଦେବା ଲାଗି ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି। ତେବେ ଏହି ଘଟଣା ପରେ କୋମ୍ୱିଂ ଅପରେସନ ଆରମ୍ଭ କରିଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।

Leave A Reply

Your email address will not be published.