ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଅଯୋଧ୍ୟାରେ ନିର୍ମାଣ ହେବ ଓଡିଶା ଭବନ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ରାମଲାଲାଙ୍କ ଦର୍ଶନ ପାଇଁ ଯାଉଥିବା ଓଡିଶାର ଭକ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ ଘୋଷଣା କରିଛନ୍ତି। ଅଯୋଧ୍ୟାରେ ହେବ ଓଡିଶା ଭବନ। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ। ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର। ସେଥିପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଗତକାଲି ପ୍ରୟାଗରାଜ ଯାଇ ବୁଡ ପକାଇଥିଲେ। ଆଉ ଆଜି ଅଯୋଧ୍ୟ ଯାଇ ରାମଲଲାଙ୍କ ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ରାମଲାଲାଙ୍କ ଦର୍ଶନ ପାଇଁ ଯାଉଥିବା ଓଡିଶାର ଭକ୍ତଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଠି ଓଡିଶା ଭବନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏବେ ଓଡ଼ିଶା ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀ, କୋଲକତା, ଚେନ୍ନାଇଠାରେ ଏହି ଭବନ କାର୍ଯ୍ୟକ୍ଷମ ରହିଛି। ଗୃହ ବିଭାଗ ପକ୍ଷରୁ ଏହି ଭବନଗୁଡ଼ିକର ପରିଚାଳନା କରାଯାଉଛି। ସମାନ ଭାବରେ ଏବେ ରାମଲଲାଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ମଧ୍ୟ ଏହି ଭବନ ନିର୍ମିତ ହେବ। ଯାହା ଦ୍ବାରା ସେଠାକୁ ଯାଉଥିବା ଓଡିଶା ଲୋକ ଏହାର ସେଠି ରହିବା ଓ ଖାଇବା ସୁବିଧା ପାଇପାରିବେ।

Leave A Reply

Your email address will not be published.