ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବାବା ଆଖଣ୍ଡଳମଣିଙ୍କ ପୀଠକୁ ୧୦କୋଟି ଟଙ୍କାର ଅନୁଦାନ

0

ଭଦ୍ରକ: ମହାଶିବରାତ୍ରୀ ଅବସରରେ ଭଦ୍ରକର ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବାବା ଆଖଣ୍ଡଳମଣିଙ୍କ ପୀଠକୁ ୧୦ କୋଟିର ପାଣ୍ଠି ଘୋଷଣା। ଆଜି ପବିତ୍ର ଜାଗର ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାବା ଆଖଣ୍ଡଳମଣିଙ୍କ ପୀଠକୁ ଯାଇ ବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ମନ୍ଦିର ପରିକ୍ରମା କରି ମନ୍ଦିରକୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି।
ମନ୍ଦିର ପରିସରରେ ଥିବା ଗଣେଶ ମଣ୍ଡପରେ ସଂକଳ୍ପ, ଶ୍ରାବଣୀ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା ସହ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ପରିକ୍ରମା କରି ମନ୍ଦିରକୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି। ବାବା ଆରଡିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ମିଳିଛି। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଏବଂ ଉନ୍ନତିମୂଳକ କାର୍ଯ୍ୟପାଇଁ ଅର୍ଥ ରାଶି ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Leave A Reply

Your email address will not be published.