ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ରାଜଧାନୀ ଶ୍ରୀରାମ ନଗର ଏଟିଏମ ଲୁଟ୍ ଘଟଣାରେ ୬ ଗିରଫ

0

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ୱରର ଶ୍ରୀରାମ ନଗରରେ ହୋଇଥିବା ଏକ ଏଟିଏମ୍ ଲୁଟ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ନଗଦ ଟଙ୍କା ସହ ପୂରା ମେସିନକୁ ନେଇ ଯାଇଥିଲେ।

ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନସ୍ଥ ଶ୍ରୀରାମ ନଗରରେ ଥିବା ଏସବିଆଇ ଏଟିଏମରୁ କିଛି ଦୁର୍ବୃତ୍ତ ଚୋରି କରିଥିଲେ। ଅଭିଯୁକ୍ତମାନେ ନଗଦ ଟଙ୍କା ସହ ପୂରା ମେସିନକୁ ନେଇ ଯାଇଥିଲେ। ନଗଦ ଟଙ୍କା ସହିତ ଏଟିଏମ୍ ଉପକରଣର ମୂଲ୍ୟକୁ ମିଶାଇ ବ୍ୟାଙ୍କର ପ୍ରାୟ ମୋଟ କ୍ଷତି ୨୩,୪୭,୭୦୦ ଟଙ୍କା ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦାଖଲ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ୬ ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ଭିକି ଦେବୀପ୍ରସାଦ ମାଲିଆ (୨୯), ରମାକାନ୍ତ ସାହୁ (୨୦), ସାଗର ସାମଲ (୨୪), ବୀରେନ ରାଉତ (୨୦), ଆକାଶ ମହାପାତ୍ର (୨୭) ଏବଂ ଆକାଶ ମୁଖାର୍ଜୀ (୨୩)। ପୋଲିସ ଅଭିଯୁକ୍ତମାନଙ୍କଠାରୁ ଅନେକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ମୋଟରସାଇକେଲ ସହ ୧,୬୦,୦୦୦ ଟଙ୍କା ନଗଦ, ହାତୁଡ଼ି, କ୍ଷତିଗ୍ରସ୍ତ ଏଟିଏମ୍ ମେସିନ୍ ଏବଂ ଅପରାଧରେ ବ୍ୟବହୃତ ଏକ ଚୋରି ଅଟୋରିକ୍ସା ଅନ୍ତର୍ଭୁକ୍ତ।

Leave A Reply

Your email address will not be published.