ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଏସଟିଏ ଯୁଗ୍ମ କମିଶନର ଗିରଫ

0

କଟକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଶୁକ୍ରବାର ଗିରଫ କରିଛି। ଭିଜିଲାନ୍ସ ତାଙ୍କ ଘରୁ ୨ କେଜି ୧୦୦ ଗ୍ରାମ ସୁନା ଅଳଙ୍କାର ସହ ୧୭ ଲକ୍ଷ ଟଙ୍କା ଠାବ କରିଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରିଥିଲା। ଚଢାଉ ବେଳେ ଭିଜିଲାନ୍ସ ପ୍ରଦୀପଙ୍କ ଘରୁ ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ। ଘରେ ଥିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ । ୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଭିଜିଲାନ୍ସ ଟିମ୍ ଜବତ କରିଥିଲା। ଏପରି କି ଚଢାଉ ବେଳେ ସେ ମାଳମାଳ ପ୍ଲଟ୍‌ କଣିଥିବା ଜଣାପଡିଛି। ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି।

କେବଳ ଏତିକି ନୁହେଁ, ପ୍ରଦୀପ ଅବସର ସମୟ କାଟିବାକୁ ମାଣେ ଜାଗାରେ ଏକ ଫାର୍ମ ହାଉସ କରିଥିବା ଜଣାପଡିଛି। ବର୍ତ୍ତମାନ ଏକ ବହୁତଳ ପ୍ରାସାଦ ନିର୍ମାଣ ଚାଲିଥିବା ତଦନ୍ତ ବେଳେ ସାମ୍‌ନାକୁ ଆସିଛି। ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି। ରେଡ୍‌ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା। ଭୁବନେଶ୍ୱର ରଘୁନାଥପୁରରେ ଏକ ୪ କୋଠରୀ ବିଶିଷ୍ଟ ଫ୍ଲାଟ ପାଇଁ ଦେଇଛନ୍ତି କୋଟିଏ ଟଙ୍କା। କିଣିଛନ୍ତି ୧୧ଟି ପ୍ଲଟ। ଆଉ ଏହି ପ୍ଲଟ୍‌ ଗୁଡିକ ମଧ୍ୟରେ ରହିଛି ଭୁବନେଶ୍ବର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ ଭଳି ଦାମୀ ସ୍ଥାନ ମାନଙ୍କରେ। ଏହାସହ ରହିଛି ପ୍ରଦୀପଙ୍କ ପାଖରେ ବେନାମୀ ୩ଟି ଚାରି ଚକିଆ ଗାଡ଼ି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ପୁରୀରେ ତାଙ୍କର ଦୁଇଟି ବେନାମୀ ଫ୍ଲାଟ ରହିଛି। ଦୁଇଟି ବେନାମୀ ୪ ଚକିଆ ଯାନ ମଧ୍ୟ ତାଙ୍କର ଥିବାର ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବରରେ ଆରଟିଓ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ମହାନ୍ତି ପରବର୍ତ୍ତୀ ଅବସ୍ଥାରେ କଟକରେ ଏସଟିଏ ଯୁଗ୍ମ କମିଶନର ଭାବେ ନିଯୁକ୍ତି ପାଇଥିଲେ। ସୋମବାର ଭିଜିଲାନ୍ସ ଜାଲରେ ଧରା ପଡ଼ିବା ପରେ ତାଙ୍କ ସମ୍ପତ୍ତି ସାମ୍ରାଜ୍ୟର ଗୁମର ପଦାକୁ ଆସିଛି।

Leave A Reply

Your email address will not be published.