ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ବୀରେନ୍ଦ୍ର ସେହୱାଗଙ୍କ ଭାଇ ଗିରଫ

0

ଚଣ୍ଡିଗଡ଼: ବୀରେନ୍ଦ୍ର ସେହୱାଗଙ୍କ ଭାଇଙ୍କୁ ଗିରଫ କଲା ପୋଲିସ। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ପୋଲିସ ଗିରଫ କରିଛି। ଏକ ରିପୋର୍ଟ ଅନୁଯାୟୀ, ବିନୋଦ ସେହୱାଗଙ୍କ ଚେକ ବାଉନ୍ସ ମାମଲା କୋର୍ଟରେ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମାମଲା ୭ କୋଟି ଟଙ୍କା ସହିତ ଜଡିତ। କୋର୍ଟରେ ହାଜର ନହେବା ପାଇଁ ତାଙ୍କୁ ପଳାତକ ଘୋଷଣା ମଧ୍ୟ କରାଯାଇଛି।

ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦଙ୍କୁ ଚଣ୍ଡିଗଡ଼ର ମଣିମାଜରା ପୋଲିସ ଷ୍ଟେଶନ ପୋଲିସ ଗିରଫ କରିଛି। ତାଙ୍କର ୭ କୋଟି ଟଙ୍କାର ଚେକ ବାଉନ୍ସ ମାମଲା କୋର୍ଟରେ ଚାଲିଛି। ଏହି ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ଏହି କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ଏଠାରେ କୋର୍ଟ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ବିନୋଦ ସେହୱାଗଙ୍କ ଓକିଲ ଜାମିନ ଆବେଦନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଜାମିନ ମିଳିନାହିଁ। ବିନୋଦଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ମାର୍ଚ୍ଚ ୧୦ ତାରିଖରେ ନିଆଯାଇପାରେ। ସେ ବର୍ତ୍ତମାନ ପାଇଁ ପୋଲିସ ହେପାଜତରେ ରହିବେ।
ବିନୋଦ ଏବଂ ମେସର୍ସ ଜଲତା ଫୁଡ୍ ବେଭେରେଜେସ୍ ପ୍ରାଇଭେଟ୍ ଲିମିଟେଡର ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ମଧ୍ୟ ୨୦୨୩ ମସିହାରେ ମଣିମାଜରା ଥାନାରେ ଧାରା ୧୭୪-ଏ ଅନୁସାରେ ମାମଲା ରୁଜୁ କରାଯାଇଥିଲା। ତେବେ ଏହି ତିନି ଜଣଙ୍କ ଦ୍ୱାରା ଦିଆଯାଇଥିବା ଚେକ୍ ବାଉନ୍ସ ହେବା ପରେ ପଞ୍ଚକୁଲାର ସେକ୍ଟର ୧୨ର ବାସିନ୍ଦା ତଥା ଶ୍ରୀ ନୈନା ପ୍ଲାଷ୍ଟିକ୍ ବାଦ୍ଦିର ମାଲିକ କୃଷ୍ଣ ମୋହନ ଖାନ୍ନା ସେମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାପରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.