ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ରାଷ୍ଟ୍ରପତିଙ୍କ ପରାମର୍ଶଦାତା ହେଲେ ଓଡ଼ିଆ ଝିଅ ବିଜୟଲକ୍ଷ୍ମୀ

0

ନୂଆଦିଲ୍ଲୀ: ପୁଣି ଓଡ଼ିଆଙ୍କୁ ଗୁରୁଦାୟିତ୍ୱ। ରାଷ୍ଟ୍ରପତିଙ୍କ ପରାମର୍ଶଦାତା ହେଲେ ବିଜୟଲକ୍ଷ୍ମୀ ମହାନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଝିଅ ତଥା କଟକସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ନିର୍ଦ୍ଦେଶିକା ପ୍ରାଧ୍ୟାପିକା ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ମିଳିଛି ଗୁରୁଦାୟିତ୍ୱ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୂଙ୍କ ଉପଦେଷ୍ଟା ବା ପରାମର୍ଶଦାତା ପଦବୀରେ ଅବସ୍ଥାପିତ କରାଯାଇଛି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ରାଇରଙ୍ଗପୁର ସମେତ ମୟୂରଭଞ୍ଜ ଏବଂ ସମଗ୍ର ରାଜ୍ୟର ପ୍ରଥମ ମହିଳା ହେବାର ଗୌରବ ଲାଭ କରିଛନ୍ତି।

ବିଜୟଲକ୍ଷ୍ମୀ ହେଉଛନ୍ତି ରାଇରଙ୍ଗପୁରର ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି ଏବଂ ରାଇରଙ୍ଗପୁର ଉପଖଣ୍ଡର ପ୍ରଥମ ମହିଳା ଡାକ୍ତର ପି. ମାଣିକେଶ୍ୱରୀଙ୍କ କନ୍ୟା। ନିଜ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବି ଶଙ୍କରଙ୍କ ତତ୍ତ୍ୱାବଧାନରେ ଏବଂ ପ୍ରଥମ ସଦସ୍ୟ ଭାବରେ ସେ ଓଡ଼ିଶାର କଟକରେ ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟ ସ୍ତରରେ ସେ ଜଣେ ଟପର୍ ଥିବାବେଳେ ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ।

ଶିକ୍ଷା କ୍ଷେତ୍ରରେ ଦୀର୍ଘ ୨୩ ବର୍ଷର ଅଭିଜ୍ଞତା ଥିବା ବିଜୟଲକ୍ଷ୍ମୀ ବର୍ତ୍ତମାନ ଉକ୍ତ ବିଶ୍ୱବିଦ୍ୟାଳୟରେ ମାନବ ସମ୍ବଳ ବିକାଶ କେନ୍ଦ୍ର ବା ଏଚଆରଡିସି ମୁଖ୍ୟ, ଲୋକ ସମ୍ପର୍କ ଏବଂ ସାମାଜିକ ଯୋଗାଯୋଗ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ସେ ୫୦ଟି ଗବେଷଣା ନିବନ୍ଧ ଏବଂ ୩ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତେବେ ବିଜୟଲକ୍ଷ୍ମୀଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କରାଯାଇଛି। ସେମାନେ ହେଲେ ଡ. ରାଜେନ୍ଦ୍ର ପ୍ରସାଦ ମିଶ୍ର, ଅରବିନ୍ଦ କୁମାର ମାରାଣ୍ଡି, ସବିତାରାଣୀ ହେମ୍ବ୍ରମ, ବେନି ମାରାଣ୍ଡି, ବାଳକନାଥ ନାଏକ ଏବଂ ମନୋଜ ବିଶ୍ୱାଳ ପ୍ରମୁଖ। ଏ ସମସ୍ତେ ଓଡ଼ିଆ ହୋଇଥିବାରୁ ଜିଲ୍ଲା ତଥା ରାଜ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Leave A Reply

Your email address will not be published.