ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଦୁଇଟି ସମ୍ମାନଜନକ ପୁରସ୍କାର

0

ଭୁବନେଶ୍ବର, ୧୨/୦୩/୨୦୨୫:ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)କୁ ଏହାର ଜିନ୍ଦଲ ଆଶା କାର୍ଯକ୍ରମ ପାଇଁ ବିଜେତା ଟ୍ରଫି ଏବଂ କିଶୋରୀ ଏକ୍ସପ୍ରେସ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି। ଅସାନସୋଲ ଦକ୍ଷିଣର ବିଧାୟକ ଶ୍ରୀମତୀ ଅଗ୍ନିମିତ୍ର ପାଲ ଏହି ପୁରସ୍କାର ପ୍ରଦାନ କରିଥିଲେ। ମାଗସେସେ ପୁରସ୍କାର ବିଜେତା ଶ୍ରୀ ଅଂଶୁ ଗୁପ୍ତା; ଏବଂ ରୋଟାରୀ ଇଣ୍ଟରନ୍ୟାସନାଲର ପୂର୍ବତନ ଗ୍ଲୋବାଲ ପ୍ରେସିଡେଣ୍ଟ ଶ୍ରୀ ଶେଖର ମେହେଟ୍ଟା ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ।

ଜେଏସପି ଏହାର ପ୍ରମୁଖ କାର୍ଯ୍ୟକ୍ରମ ଜିନ୍ଦଲ ଆଶା ପାଇଁ ଶିକ୍ଷା ବର୍ଗରେ ବିଜେତା ଟ୍ରଫି ଏବଂ କିଶୋରୀ ଏକ୍ସପ୍ରେସ କାର୍ଯ୍ୟକ୍ରମ ପାଇଁ ସ୍ୱାସ୍ଥ୍ୟ ବର୍ଗରେ ସ୍ୱତନ୍ତ୍ର ଜୁରି ପୁରସ୍କାର ହାସଲ କରିଛି। ଜିନ୍ଦଲ ଆଶା ଦିବ୍ୟଙ୍ଗ ପିଲାମାନଙ୍କୁ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବାରେ ସହାୟତା କରୁଥିବା ବେଳେ କିଶୋରୀ ଏକ୍ସପ୍ରେସ୍ କାର୍ଯ୍ୟକ୍ରମ ରକ୍ତହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ଯାର ମୁକାବିଲା କରି କିଶୋରୀମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏକ ସୁସ୍ଥ ସମାଜ ଗଠନ ପାଇଁ ଜେଏସପିର ଅଧ୍ୟକ୍ଷ ତଥା ତୃତୀୟ ଥର ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କ ଦୃଷ୍ଟିକୋଣ ଦ୍ବାରା ଅନୁପ୍ରାଣିତ ହୋଇ ଏବଂ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜେଏସପିର ନିରନ୍ତର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଗୁଡିକ ଅନ୍ତର୍ଭୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଅବହେଳିତ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରୁଛି।

ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ସଫଳତା ସମ୍ପର୍କରେ କହିଛନ୍ତି ଯେ, “ସପ୍ତମ ଆଇସିସି ସୋସିଆଲ ଇମ୍ପାକ୍ଟ ପୁରସ୍କାର କାର୍ଯ୍ୟକ୍ରମରେ ଏହି ଦୁଇଟି ସମ୍ମାନ ପାଇଁ ଆମେ ଆଇସିସିକୁ ଧନ୍ୟବାଦ ଜଣାଉଛୁ। ଏହି ପୁରସ୍କାର ଅବହେଳିତ ଲୋକମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ। ଆମେ ଆମର ସାମାଜିକ ପଦକ୍ଷେପ ମାଧ୍ୟମରେ ସକାରାତ୍ମକ ପରିବର୍ତ୍ତନ ଜାରି ରଖିବୁ, ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମାବେଶୀ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଦୁର୍ବଳ ଏବଂ ଅବହେଳିତ ମାନଙ୍କ ସଶକ୍ତୀକରଣ, ଗୁଣାତ୍ମକ ଶିକ୍ଷା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବୁ”।

ବିଗତ ବର୍ଷ ମଧ୍ୟରେ ଜିନ୍ଦଲ ଫାଉଣ୍ଡେସନ ସମଗ୍ର ଭାରତରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୧୪ ନିୟୁତରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିଛି। ଦାରିଦ୍ର୍ୟ, କ୍ଷୁଧା, ବେରୋଜଗାରୀ ହ୍ରାସ ଏବଂ ସାମାଜିକ ବିକାଶ ପାଇଁ ସଚେତନତା ବୃଦ୍ଧି ସହିତ ଏହି ପଦକ୍ଷେପ ଗୁଡ଼ିକ ଏହି ଅଞ୍ଚଳରେ ଜୀବନଜୀବିକା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣି ପାରିଛି।

Leave A Reply

Your email address will not be published.