ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ତୁଠ ଜଗିବ ସ୍ୱତନ୍ତ୍ର ଟିମ୍

0

ଭୁବନେଶ୍ବର: ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ହୋଲି ଦିନ ନଦୀ ଗାଧୁଆ ତୁଠରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ବିଶେଷକରି ଏବେ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି। କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଏଥିପାଇଁ ଜଳାଶୟ ନିକଟରେ ମୁତୟନ ରହିବ ପାୱାର ବୋଟ୍। ୨୪ ଘଣ୍ଟିଆ ପାଟ୍ରୋଲିଂ କରିବ ଅଗ୍ନିଶମ ଟିମ୍ । ସ୍କୁବା ଡ୍ରାଇଭର ଓ ଆସ୍କା ଲାଇଟ୍ ମହଜୁଦ୍ ରଖାଯିବ। ପ୍ରତି ବ୍ଲକରେ ମୁତୟନ ରହିବେ ଅଗ୍ନିଶମ ଟିମ୍। ଏଥିପାଇଁ ୩୪୫କେନ୍ଦ୍ର ରହିଛି।

ଆଧୁନିକ ଯନ୍ତ୍ରପାତି ଓ ପାୱାର ବୋଟ ରହିଛି। ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ପ୍ରସ୍ତୁତ ରହିଛି। ଭୁବନେଶ୍ବର ପାଇଁ ଅଧିକ ୫ଟି ଟିମ୍ ମୁତୟନ କରାଯିବ। କଟକ, ଭୁବନେଶ୍ବର ଓ ସମ୍ବଲପୁରରେ ୩ଟି ଷ୍ଟ୍ରାଇକିଂ ଫୋର୍ସ ରହିବ। କଟକରେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ଆଲର୍ଟ ରହିବେ ବୋଲି କୁହାଯାଇଛି। ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ହୋଲିରେ ମଦ ଦୋକାନ ବନ୍ଦ ରହିବ। ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ।

Leave A Reply

Your email address will not be published.