ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍

0

ଭୁବନେଶ୍ଵର: ଆସନ୍ତା ମାସରୁ ହେବ ଏଲିଭେଟେଡ୍ କାମ। ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦ। ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍। ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏପ୍ରିଲ ଶେଷ ସୁଦ୍ଧା କାମ ଆରମ୍ଭ ହେବ। ଏଥିସହ ସବୁ ଛକରେ ବାଇପାସ୍ ରୋଡ୍ ରହିବ ବୋଲି କହିଛନ୍ତି ମନ୍ତ୍ରୀ।

ରାଜଧାନୀର ରାଜରାସ୍ତାରେ ଯିବା ଆସିବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସହର ମୁଖ୍ୟ ରାସ୍ତାକୁ ଭିଡ଼ ହ୍ରାସ ଯୋଜନା (ଡିକଞ୍ଜେସନ୍‌ ପ୍ଲାନ୍‌) ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ସଡ଼କ ନେଟୱାର୍କକୁ ବ୍ୟାପକ କରିବା ପାଇଁ ରାଜଧାନୀ ରାସ୍ତାର ଉନ୍ନତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ କରାଯିବ। ଏହା ସହିତ ବାରଙ୍ଗରୁ ପଟିଆ ଷ୍ଟେସନ୍‌ ଛକ ତଥା ଜାତୀୟ ରାଜପଥ-୧୬ ଓ ସୁଆଙ୍ଗ ମୌଜା ଦେଇ ଜଟଣୀକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା(ଦୟା ୱେଷ୍ଟ କେନାଲ୍‌) ର ଉନ୍ନତୀକରଣ କରାଯିବ।

Leave A Reply

Your email address will not be published.