ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍

0

ଭୁବନେଶ୍ଵର: ଆସନ୍ତା ମାସରୁ ହେବ ଏଲିଭେଟେଡ୍ କାମ। ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦ। ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍। ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏପ୍ରିଲ ଶେଷ ସୁଦ୍ଧା କାମ ଆରମ୍ଭ ହେବ। ଏଥିସହ ସବୁ ଛକରେ ବାଇପାସ୍ ରୋଡ୍ ରହିବ ବୋଲି କହିଛନ୍ତି ମନ୍ତ୍ରୀ।

ରାଜଧାନୀର ରାଜରାସ୍ତାରେ ଯିବା ଆସିବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସହର ମୁଖ୍ୟ ରାସ୍ତାକୁ ଭିଡ଼ ହ୍ରାସ ଯୋଜନା (ଡିକଞ୍ଜେସନ୍‌ ପ୍ଲାନ୍‌) ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ସଡ଼କ ନେଟୱାର୍କକୁ ବ୍ୟାପକ କରିବା ପାଇଁ ରାଜଧାନୀ ରାସ୍ତାର ଉନ୍ନତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ କରାଯିବ। ଏହା ସହିତ ବାରଙ୍ଗରୁ ପଟିଆ ଷ୍ଟେସନ୍‌ ଛକ ତଥା ଜାତୀୟ ରାଜପଥ-୧୬ ଓ ସୁଆଙ୍ଗ ମୌଜା ଦେଇ ଜଟଣୀକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା(ଦୟା ୱେଷ୍ଟ କେନାଲ୍‌) ର ଉନ୍ନତୀକରଣ କରାଯିବ।

Leave A Reply

Your email address will not be published.