ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

କନ୍ଧମାଳରୁ ୭୩ କେଜି ଗଞ୍ଜେଇ ଜବତ

0

କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଞ୍ଜେଇ ଜବତ ହୋଇଛି। ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ପୋଲିସକୁ ଦେଖି ଖସି ପଳାଇଥିଲେ। କ.ନୂଆଗାଁ ଥାନା ଅଧିକାରୀ ଅଶୋକ ହାଁସଦା ଙ୍କ ନେତୃତ୍ୱରେ ଏକ ଟିମ ସଅବାଲି ଜଙ୍ଗଲରେ ଚଢ଼ାଉ କରିଥିଲା। ଏହି ଚଢାଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ପଳାଇଛି। କିନ୍ତୁ ସମସ୍ତ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ।

ଅନ୍ୟପଟେ ଆଜି ରାୟଗଡ଼ା ଟାଉନ ଥାନା ପୋଲିସକୁ ବଡ ସଫଳତା ମିଳିଛି। ଧରା ପଡିଲେ ଗଞ୍ଜେଇ ମାଫିଆ। ପୋଲିସ ପେଟ୍ରୋଲିଂ ସମୟରେ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ଗଞ୍ଜେଇ ଜବତ ସହ ଗୋଟିଏ ବୋଲେରୋ ଭ୍ୟାନ୍, ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ। ଏଥିସହ ୬ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ।

Leave A Reply

Your email address will not be published.