ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ପାରାଦୀପ ଶିଳ୍ପାଞ୍ଚଳ ସର୍ବାଧିକ ପ୍ରଦୂଷିତ: ମନ୍ତ୍ରୀ

0

ରାଜ୍ୟରେ ପାରାଦୀପ ଶିଳ୍ପାଞ୍ଚଳ ସବୁଠୁ ଅଧିକ ପ୍ରଦୂଷିତ ଭାବରେ ଉଭା ହୋଇଛି। ୬୦.୬୧ ସିଇପିଆଇ ସ୍କୋର୍‌ ସହ ଅତ୍ୟଧିକ ସହ ପାରାଦୀପ ପ୍ରଦୂଷିତ ଅଞ୍ଚଳ ଭାବେ ଟିହ୍ନଟ ହୋଇଛି। ଏନେଇ ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ୨୦୧୮ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାରାଦୀପ, ତାଳଚେର, ଭୁବନେଶ୍ୱର ଏବଂ ଅନୁଗୁଳକୁ ଗୁରୁତର ପ୍ରଦୂଷିତ ଅଞ୍ଚଳ ଭାବରେ ବର୍ଗୀକୃତ କରାଯାଇ ନାହିଁ।

ଏହି ସହରଗୁଡ଼ିକ ମଧ୍ୟରୁ ପାରାଦୀପ ରାଜ୍ୟର ସବୁଠୁ ପ୍ରଦୂଷିତ ଶିଳ୍ପ କ୍ଷେତ୍ର ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦେଶର ୮୮ଟି ଶିଳ୍ପାଞ୍ଚଳ ମଧ୍ୟରୁ ପାରାଦୀପ ବନ୍ଦରକୁ ରାଜ୍ୟର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ କରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ ଶିଳ୍ପାଞ୍ଚଳକୁ ୪୪ତମ ସ୍ଥାନରେ ରଖିଛି। ଦିଲ୍ଲୀସ୍ଥିତ ଆଇଆଇଟି ପାରାଦୀପ ଶିଳ୍ପାଞ୍ଚଳକୁ ଦେଶର ସବୁଠାରୁ ପ୍ରଦୂଷିତ ସ୍ଥାନ ଭାବେ ଚିହ୍ନଟ କରିଛି। ରିପୋର୍ଟ ଅନୁଯାୟୀ, ପାରାଦୀପରେ ପରିବେଶ ପ୍ରଦୂଷଣ ସୂଚକାଙ୍କ (ସିଇପିଆଇ) ସ୍କୋର ଅଧିକ ରହିଛି। ରିପୋର୍ଟରେ ଭୁବନେଶ୍ୱର ସହରର ସିଇପିଆଇ ସ୍କୋର ଏପର୍ଯ୍ୟନ୍ତ ଦର୍ଶାଯାଇ ନଥିବା ବେଳେ, ପାରାଦୀପର ସିଇପିଆଇ ସ୍କୋର ୬୦.୬୧ ଥିଲା ଯାହା ଗୁରୁତର ପ୍ରଦୂଷିତ ଅଞ୍ଚଳ ଶ୍ରେଣୀରେ ଆସୁଛି।

ସେହିପରି ଅନୁଗୁଳ ଏବଂ ତାଳଚେରକୁ ୬୦ ରୁ କମ୍ ସିଇପିଆଇ ସ୍କୋର ସହିତ ଅନ୍ୟ ପ୍ରଦୂଷିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି। ଦୁଇଟି ସହର ସିଇପିଆଇ ସ୍କୋର ୪୬.୪୩ ରିପୋର୍ଟ କରିଛି। ତେବେ ବାୟୁ ଗୁଣବତ୍ତା ବୃଦ୍ଧି କରିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ନେଇ ଶିଳ୍ପ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.