ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି: ଭାରତ ଆସିବାକୁ କଲେ ନିମନ୍ତ୍ରଣ

0

ନୂଆଦିଲ୍ଲୀ: ୯ ମାସ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ସମୟ ଯେତିକି ପାଖଉଛି ଉତ୍ସାହ ସେତିକି ବଢୁଛି। ସ୍ପେସଏକ୍ସର ଡ୍ରାଗନ ମହାକାଶଯାନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀ ପୃଷ୍ଠ ଅଭିମୁଖେ ବାହାରାସାରିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବଚ୍‌ ୱିଲମୋର। ପୃଥିବୀ ପୃଷ୍ଠରେ ପହଞ୍ଚିବା ପୂର୍ବରୁ ସୁନୀତାଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଠିରେ ମୋଦି ସୁନୀତଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ ସୁନୀତାଙ୍କୁ ଚିଠି ଲେଖିଥିଲେ। ଯାହାକୁ ଆଜି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ୍ସରେ ସେୟାର କରି ଲେଖିଛନ୍ତି, ପୁରା ବିଶ୍ବ ସୁନୀତା ୱିଲିୟମ୍ସଙ୍କ ସୁରକ୍ଷିତ ଫେରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାରତର ଝିଅ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଚିଠିରେ ଲେଖିଛନ୍ତି, “ମୁଁ ଆପଣଙ୍କୁ ଭାରତବାସୀଙ୍କ ତରଫରୁ ଶୁଭେଚ୍ଛା ଜଣାଉଛି। ଆଜି ମୁଁ ଏକ କାର୍ଯ୍ୟକ୍ରମରେ ମହାକାଶଚାରୀ ମାଇକ ମେସିମିନୋଙ୍କୁ ଭେଟିଥିଲି। ଆମର ବାର୍ତ୍ତାଳାପ ସମୟରେ ଆପଣଙ୍କ ନାମ ଆସିଥିଲା ​​ଏବଂ ଆମେ ଆପଣଙ୍କ ପାଇଁ ଏବଂ ଆପଣଙ୍କ କାର୍ଯ୍ୟ ପାଇଁ ଗର୍ବିତ ବୋଲି କହିଥିଲୁ। ଏହି ଆଲୋଚନା ପରେ ମୁଁ ଆପଣଙ୍କୁ ଏକ ଚିଠି ଲେଖିବାରେ ଆଉ ଅଟକାଇ ପାରିଲି ନାହିଁ।”

ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆପଣ ଆମ ଠାରୁ ହଜାରେ ହଜାର କିଲୋମିଟର ଦୂରରେ ଅଛନ୍ତି, ତଥାପି ଆପଣ ଆମର ହୃଦୟର ନିକଟତର। ଭାରତବାସୀ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମିଶନର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି। ଆପଣ ପୃଥିବୀକୁ ଫେରିବା ପରେ ଭାରତରେ ଆପଣଙ୍କୁ ଦେଖିବାକୁ ଆମେ ଇଚ୍ଛୁକ।

ଆଜି ଭାରତୀୟ ସମୟ ସକାଳ ୮ ଟା ୧୫ ମିନିଟରେ ଡ୍ରାଗନ ମହାକାଶଯାନର ଅନ ଡକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଭାରତୀୟ ସମୟ ଭୋର ୩ ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା।

Leave A Reply

Your email address will not be published.