ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସଫଳତାର ସହ ପୃଥିବୀ ପୃଷ୍ଠକୁ ପହଞ୍ଚିଲେ ସୁନିତା

0

ଆମେରିକା: ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସଏକ୍ସ ସୁନିତାଙ୍କୁ ଆଣିବା ପାଇଁ ଏକ କ୍ରୁ ମିଶନ ଆରମ୍ଭ କରିଥିଲା। ସୁନିତା ୱିଲିୟମ୍ସ ବୁଧବାର ସକାଳେ ଭାରତୀୟ ସମୟ ପ୍ରାୟ ସାଢ଼େ ୩ଟାରେ ଫେରି ଆସିଥିଲେ। ଏହି ମହାକାଶଯାନଟି ଆମେରିକାର ଫ୍ଲୋରିଡା ଉପକୂଳ ନିକଟରେ ଅବତରଣ କରିଥିଲା। ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି।

ଆମେରିକାର ଫ୍ଲୋରିଡାରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ସମୁଦ୍ରତଟରେ ଅବତରଣ କରିବା ମାତ୍ରେ, ନାସା ଏବଂ ସ୍ପେସଏକ୍ସ କେନ୍ଦ୍ରରେ ଉପସ୍ଥିତ ବୈଜ୍ଞାନିକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ କରତାଳି ସହିତ ଏହି ସଫଳତାକୁ ସ୍ବାଗତ କରିଥିଲେ। ଏବେ ସର୍ବପ୍ରଥମେ, ସୁନିତା ୱିଲିୟମ୍ସ, ବ୍ୟାରି ୱିଲମୋର ଏବଂ ଅନ୍ୟ ମହାକାଶ ଯାତ୍ରୀମାନଙ୍କୁ ନାସାର ଫ୍ଲୋରିଡା ଷ୍ଟେଶନ ନିକଟରେ ଅବସ୍ଥିତ ଏକ ପରୀକ୍ଷାଗାରକୁ ନିଆଯିବ, ଯେଉଁଠାରେ ସେମାନଙ୍କର ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ଫେରିଥିବା ମହାକାଶଚାରୀଙ୍କର ପରୀକ୍ଷା କରାଯିବ। ଏହା ପରେ, ସୁନିତା ପୁନର୍ବାସ କେନ୍ଦ୍ରରେ କିଛି ସମୟ ବିତାଇବେ ଏବଂ ବୈଜ୍ଞାନିକମାନଙ୍କ ଠାରୁ ଅନୁମତି ପାଇବା ପରେ, ତାଙ୍କ ପରିବାର ସଦସ୍ୟଙ୍କ ସହ ତାଙ୍କର ସାକ୍ଷାତ ନିଶ୍ଚିତ କରାଯିବ।

ସୂଚନାଯୋଗ୍ୟ, ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର, ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସି ରହିଥିଲେ। ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଶେଷରେ ଆଜି ଭୋରରୁ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି।

Leave A Reply

Your email address will not be published.