ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ସଫଳତାର ସହ ପୃଥିବୀ ପୃଷ୍ଠକୁ ପହଞ୍ଚିଲେ ସୁନିତା

0

ଆମେରିକା: ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସଏକ୍ସ ସୁନିତାଙ୍କୁ ଆଣିବା ପାଇଁ ଏକ କ୍ରୁ ମିଶନ ଆରମ୍ଭ କରିଥିଲା। ସୁନିତା ୱିଲିୟମ୍ସ ବୁଧବାର ସକାଳେ ଭାରତୀୟ ସମୟ ପ୍ରାୟ ସାଢ଼େ ୩ଟାରେ ଫେରି ଆସିଥିଲେ। ଏହି ମହାକାଶଯାନଟି ଆମେରିକାର ଫ୍ଲୋରିଡା ଉପକୂଳ ନିକଟରେ ଅବତରଣ କରିଥିଲା। ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି।

ଆମେରିକାର ଫ୍ଲୋରିଡାରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ସମୁଦ୍ରତଟରେ ଅବତରଣ କରିବା ମାତ୍ରେ, ନାସା ଏବଂ ସ୍ପେସଏକ୍ସ କେନ୍ଦ୍ରରେ ଉପସ୍ଥିତ ବୈଜ୍ଞାନିକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ କରତାଳି ସହିତ ଏହି ସଫଳତାକୁ ସ୍ବାଗତ କରିଥିଲେ। ଏବେ ସର୍ବପ୍ରଥମେ, ସୁନିତା ୱିଲିୟମ୍ସ, ବ୍ୟାରି ୱିଲମୋର ଏବଂ ଅନ୍ୟ ମହାକାଶ ଯାତ୍ରୀମାନଙ୍କୁ ନାସାର ଫ୍ଲୋରିଡା ଷ୍ଟେଶନ ନିକଟରେ ଅବସ୍ଥିତ ଏକ ପରୀକ୍ଷାଗାରକୁ ନିଆଯିବ, ଯେଉଁଠାରେ ସେମାନଙ୍କର ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ଫେରିଥିବା ମହାକାଶଚାରୀଙ୍କର ପରୀକ୍ଷା କରାଯିବ। ଏହା ପରେ, ସୁନିତା ପୁନର୍ବାସ କେନ୍ଦ୍ରରେ କିଛି ସମୟ ବିତାଇବେ ଏବଂ ବୈଜ୍ଞାନିକମାନଙ୍କ ଠାରୁ ଅନୁମତି ପାଇବା ପରେ, ତାଙ୍କ ପରିବାର ସଦସ୍ୟଙ୍କ ସହ ତାଙ୍କର ସାକ୍ଷାତ ନିଶ୍ଚିତ କରାଯିବ।

ସୂଚନାଯୋଗ୍ୟ, ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର, ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସି ରହିଥିଲେ। ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଶେଷରେ ଆଜି ଭୋରରୁ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି।

Leave A Reply

Your email address will not be published.