ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଖୋଲିବ କି ନବ ଦାସଙ୍କ ହତ୍ୟା ରହସ୍ୟ ?

0

ବ୍ରଜରାଜନଗର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି। ଆଜି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇ ଖୋଳତାଡ କରୁଛି ତଦନ୍ତକାରୀ ଟିମ୍। ମଙ୍ଗଳବାର ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ବୁଧବାର ମିନତିଙ୍କୁ ୩ ଘଣ୍ଟା ପଚରା ଉଚରା କରାଯାଇଥିଲା।

ଆଜି ଏହି ମାମଲାରେ ଝାରସୁଗୁଡା ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ କରୁଛି। ଡାକ୍ତରଙ୍କୁ ପଚରାଉଚରା କରାଯାଉଛି। ପୂର୍ବତନ ସିଡିଏମ୍‌ଓ ଡୋଳାମଣି ପଟେଲଙ୍କ ବୟାନ ରେକର୍ଡ କରାଯାଇଛି। ଗୁଳିମାଡ ପରେ କେଉଁ ପରିସ୍ଥିତି​‌ରେ ନବ ଦାସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ନେଇ ପଚରାଉଚରା କରାଯାଉଛି।
ସେହିପରି ଝାରସୁଗୁଡା ବିମାନ ବନ୍ଦରର କର୍ମଚାରୀଙ୍କୁ ଘଟଣାଦିନ ନବଙ୍କୁ ଭୁବନେଶ୍ବର ପଠାଯିବା ବେଳର ଘଟଣାକ୍ରମ ବିଷୟରେ ପଚାରିବା ଲାଗି ବିମାନବନ୍ଦର ନିର୍ଦେଶକଙ୍କୁ ଚିଠି ପ୍ରଦାନ କରିଛି କ୍ରାଇମ୍‌ବ୍ରାଞ୍ଚ। ସରବାହାଲସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ନବଙ୍କ ପତ୍ନୀ ମିନତିଙ୍କୁ ୯ଟା ୨୦ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ। ପାଖାପାଖି ସାଢ଼େ ୩ ଘଣ୍ଟା ଧରି ମିନତିଙ୍କ ବୟାନ ରେକର୍ଡ କରିଥିଲେ।

Leave A Reply

Your email address will not be published.