ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍

0

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଧରଣର ଆୟକର ଚଢ଼ାଉ। ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି। ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍। ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।
ଅନୁଗୋଳରେ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼। ତାଳଚେର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱରରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚାଲିଛି ଚଢ଼ାଉ। ଶକ୍ତି ମଲ୍ଟି ଏୟାର ଲିମୋନେଡ ପ୍ରାଇଭେଟ୍ ଲିମିଟେଡ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ସ୍ଥାନରେ ଚଢାଉ କରାଯାଉଛି।

ସେହିପରି ପାରଳାଖେମୁଣ୍ଡିରେ ଥିବା ସମୁଦି ଘରେ ବି ଚଢ଼ଉ କରୁଛି ଆୟକର ବିଭାଗ। ଚଢାଉ ବେଳେ ୧୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ତାଳଚେରର ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରିଛି ଆଇଟି ଟିମ୍। ଏକାଧିକ ଟିମ୍ କରୁଛନ୍ତି ଚଢ଼ାଉ। ମଦ ବ୍ୟବସାୟୀ ବିକ୍ରମ ସାହୁ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.