ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ରାମନବମୀରେ ପମ୍ବନ ସେତୁ ଉଦ୍‌ଘାଟନ କରି ଦେଶବାସୀଙ୍କୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ

0

ତାମିଲନାଡୁ: ଦକ୍ଷିଣ ଭାରତକୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍‌ ରାମନବମୀର ଅବସରରେ ତାମିଲନାଡୁର ରାମେଶ୍ୱରମରେ ଐତିହାସିକ ନୂତନ ପାମ୍ବନ ସେତୁ ଉଦ୍‌ଘାଟନ କରିଛନ୍ତି। ଏହି ସେତୁ ହେଉଛି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ, ଯାହା ସମୁଦ୍ର ଉପରେ ନିର୍ମିତ। ଏହି ସେତୁ ଦ୍ୱାରା ସମୁଦ୍ର ଯାତାୟାତରେ ଉନ୍ନତି ହେବ ଏବଂ ଲୋକମାନେ ଯାତ୍ରା କରିବା ମଧ୍ୟ ସହଜ ହେବ।
ରାମେଶ୍ୱରମକୁ ଭାରତର ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ ୫୫୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି। ଯାହାର ଲମ୍ବ ୨.୦୮ କିଲୋମିଟର ହୋଇଥିବା ବେଳେ, ଏହି ଢାଞ୍ଚାରେ ୯୯ ସ୍ପାନ୍ ଏବଂ ୭୨.୫ ମିଟର ଲମ୍ବର ଭର୍ଟିକାଲ ଲିଫ୍ଟ ସ୍ପାନ୍ ରହିଛି। ଯାହାର ଉଚ୍ଚତା ପ୍ରାୟ ୧୭ ମିଟର। ତେବେ ସମୁଦ୍ର ଗର୍ଭ ଉପରେ ନିର୍ମିତ ହୋଇଥିବା ଏହି ସେତୁ, ଟ୍ରେନ୍ ସେବାକୁ ବାଧାପ୍ରାପ୍ତ ନକରି ବଡ଼ ବଡ଼ ଜାହାଜଗୁଡ଼ିକୁ ମଧ୍ୟ ସୁଗମ ପଥ ପ୍ରଦାନ କରିବ।
ଏହି ଡିଜାଇନରେ ଷ୍ଟେନଲେସ୍ ଷ୍ଟିଲ୍ ରିଫୋର୍ନିମେଣ୍ଟସ୍, ଉଚ୍ଚ-ଗ୍ରେଡ୍ ଯୁକ୍ତ ସୁରକ୍ଷାତ୍ମକ ରଙ୍ଗ ଏବଂ ବର୍ଦ୍ଧିତ ସ୍ଥାୟୀତ୍ୱ ଏବଂ କମ ରକ୍ଷଣାବେକ୍ଷଣ ପାଇଁ ସମ୍ପୂର୍ଣ୍ଣ ୱେଲ୍ଡିଂ କରାଯାଇଛି, ଯାହା ଭବିଷ୍ୟତ ସମୟରେ ମଧ୍ୟ ଏକ ଉଚ୍ଚଗୁଣବତ୍ତାମାନର ଡିଜାଇନ ଭାବେ ପ୍ରସ୍ତୁତ ହୋଇଛି । ଏହା ଭବିଷ୍ୟତର ଟ୍ରାଫିକ ଆବଶ୍ୟକତାକୁ ପୂର୍ବାନୁମାନ କରି ଡୁଆଲ୍ ରେଳ ଟ୍ରାକ୍ ପାଇଁ ମଧ୍ୟ ସଜ୍ଜିତ ହୋଇଛି। ଏଥିସହିତ ଏଥିରେ ଏକ ସ୍ୱତନ୍ତ୍ର ପଲିସିଲୋକ୍ସେନ ଆବରଣ ଦିଆଯାଇଛି। ଯାହା କଳଙ୍କିଯୁକ୍ତ କ୍ଷୟ ବିରୁଦ୍ଧରେ କାର୍ଯ୍ୟକରିବ। ଚ୍ୟାଲେଞ୍ଜିଂ ସାମୁଦ୍ରିକ ପରିବେଶରେ ଦୀର୍ଘ ସେବା ସହିତ ଜୀବନ ସୁନିଶ୍ଚିତ କରିବ।

ତେବେ ବ୍ରିଟିଶ ଇଞ୍ଜିନିୟରମାନଙ୍କ ଦ୍ୱାରା ୧୯୧୪ ମସିହାରେ ନିର୍ମିତ ମୂଳ ପାମ୍ବନ ସେତୁ, ଏକ କ୍ୟାଣ୍ଟିଲିଭର ଗଠନ ଥିଲା । ଯେଉଁଥିରେ ଏକ ସ୍କେର୍ଜର ରୋଲିଂ ଲିଫ୍ଟ ସ୍ପାନ୍ ଥିଲା। ଏକ ଶତାବ୍ଦୀରୁ ଅଧିକ ସମୟ ଧରି, ଏହା ରାମେଶ୍ୱରମ୍ ଦ୍ୱୀପକୁ ଏବଂ ସେଠାରୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ବ୍ୟବସାୟୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରିଆସିଥିଲା। ୨୦୧୯ ମସିହାରେ, ଭାରତ ସରକାର ଏହି ସେତୁକୁ ଏକ ଆଧୁନିକ ସ୍ପର୍ଶ ଦେବାକୁ ଅନୁମୋଦନ ଦେଇଥିଲେ। ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ପିଏସୟୁ, ରେଳ ବିକାଶ ନିଗମ ଲିମିଟେଡ୍ (ରାଭିଏନଏଲ) ଦ୍ୱାରା କାର୍ଯ୍ୟକାରୀ ଏହି ପ୍ରକଳ୍ପଟି ପରିବେଶଗତ ପ୍ରତିବନ୍ଧକ ଏବଂ ଲଜିଷ୍ଟିକ୍ ବାଧାଠାରୁ ଆରମ୍ଭ କରି ପାଲ୍କ୍ ଷ୍ଟ୍ରେଟର ଅଶାନ୍ତ ଜଳ ଏବଂ ପ୍ରବଳ ପବନ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିଆସିଛି ।

ଏହା ନୂତନ ରୂପ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି । ଏଥିସହିତ ରାମେଶ୍ୱରମ-ତାମ୍ବରମ (ଚେନ୍ନାଇ) ନୂତନ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ଏକ ତଟରକ୍ଷୀ ଜାହାଜର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦି, ଯାହା ଭର୍ଟିକାଲ୍ ଲିଫ୍ଟ ସ୍ପାନ୍ ଉପରକୁ ଉଠିବବା ବେଳେ ସେତୁର କାର୍ଯ୍ୟକ୍ଷମତା ଉପରେ ନଜର ରଖିବ ।

Leave A Reply

Your email address will not be published.