ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆତ୍ମସମର୍ପଣ କଲେ ୩୧ ମାଓବାଦୀ

0

ମାଲକାନଗିରି: ମାଓ ସଂଗଠନକୁ ଲାଗୁଛି ଶକ୍ତ ଝଟ୍‌କା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସ ନିକଟରେ ପୁଣି ୩୧ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦାନ୍ତେୱାଡା ଏସପିଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ସେହିପରି ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ। ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୩୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଗୋଟିଏ ପଟେ ସୁରକ୍ଷାକର୍ମୀଙ୍କ ଅପରେସନ କଗାର ଜୋରଦାର ଚାଲିଥିବା ବେଳେ ଅନେକ ମାଓବାଦୀ ନିହତ ହୋଇଛନ୍ତି। ସରେଣ୍ଡର କରିଥିବା ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦାନ୍ତେୱାଡା ଏବଂ ନାରାୟଣପୁର ଏସପି କହିଛନ୍ତି।

Leave A Reply

Your email address will not be published.