ପୁରୀ: ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍। ରାସ୍ତାରେ ଛିଡ଼ା ହୋଇଥିବାବେଳେ ଅଚାନକ ଲାଗିଲା ନିଆଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। କେଉଁ କାରଣରୁ ବସ୍ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।
ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସେହିପରି ଆଜି ସକାଳୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟେ ଅଗ୍ନିକାଣ୍ଡ ଘଟିଥିଲା। ହୁତୁ ହୁତୁ ହୋଇ ଜଳିଗଲା ପୁରୁଣା ବ୍ୟାରିକେଡ। ଲୁହା ଓ ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡରେ ନିଆଁ ଲାଗିବାରୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ହେଲେ କାହାର କିଛି କ୍ଷତି ଘଟିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ