କଟକ: ପାରାଦ୍ୱୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାରାଦ୍ୱୀପ ବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବ ଏମଭି ଟେଲେରି ଏମ ଜାହାଜ। ବକେୟା ପରିଶୋଧ ପରେ ଏବେ ଜାହାଜକୁ ପାରାଦ୍ୱୀପ ପୋର୍ଟରୁ ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଓସର୍ଭି ଏନର୍ଜୀ ଟ୍ରାନ୍ସପୋର୍ଟ ଡିଏମସିସି ପକ୍ଷରୁ ଦାୟର ମାମଲାରେ ବଙ୍କର ଫୁଏଲ ବକେୟା ଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଶନିବାର ଏହି ମାଲବାହୀ ଜାହାଜକୁ ଗିରଫ କରାଯାଇଥିଲା।
ପାରାଦ୍ଵୀପ ବନ୍ଦରରେ ଏମଭି ଟେଲେରି ଏମ ଜାହାଜ ଥିବା ବେଳେ ଗିରଫ ହୋଇଥିଲା। କିନ୍ତୁ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ନିର୍ଦ୍ଦେଶ ହୋଇଛି। ଏଥର ପାରାଦ୍ୱୀପରୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇ ପାରିବ ଏମଭି ଟେଲେରି ଏମ କାରଗୋ ଜାହାଜ। ଏହି ମାମଲାର ଆସନ୍ତା ଶୁଣାଣି ମେ ୭ କୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।
ପ୍ରମୁଖ ଖବର
ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ