ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ

0

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ ,ଏଥିସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣକୁ ନଜରରେ ରଖି ଚଳିତ ବର୍ଷ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି।

୨୦୨୪ ମେ ୨୯ ରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣରେ ଅନେକଙ୍କର ଜୀବନ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ଚନ୍ଦନ ଯାତ୍ରାରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ନରେନ୍ଦ୍ର ପୁଷ୍କରିଣୀ ବାହାରେ ହେବ ୨ଟି ଫାଷ୍ଟଏଡ୍‌ ସେଣ୍ଟର କରାଯିବ। ପୁରୀ ଚନ୍ଦନ ଯାତ୍ରାରେ ବାଣ ଫୁଟାଇବା ମନା ବୋଲି ଛତିଶା ନିଯୋଗ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ପୁରୀ ଚନ୍ଦନ ଯାତ୍ରାରେ ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ। ଭକ୍ତ ଓ ସେବାୟତଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା ରହିବ। ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗରେ ଅନୁମୋଦନ ଲାଭ କରିଛି। ନରେନ୍ଦ୍ର ପୁଷ୍କରିଣୀ ବାହାରେ ୨ଟି ଫାଷ୍ଟଏଡ୍‌‌ ସେଣ୍ଟର ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରକାଶ କହିଛନ୍ତି।

ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ। ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ।

Leave A Reply

Your email address will not be published.