ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

୨୦୨୬ ସୁଦ୍ଧା ମିଳିମିଳା-ରୁବେଲାମୁକ୍ତ ହେବ ଓଡିଶା : ସ୍ୱାସ୍ଥ୍ୟ ମନ୍ତ୍ରୀ

0

ଭୁବନେଶ୍ବର; ୨୦୨୬ ସୁଦ୍ଧା ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ରୂପେ ପରାହତ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ରାଜ୍ୟରେ ମିଳିମିଳା ଏବଂ ରୁବେଲା (ଏମଆର) ନିରାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ସାମଗ୍ରୀର ଉନ୍ମୋଚନ କରିଛନ୍ତି।

ଟିକାକରଣ କ୍ଷେତ୍ରରେ ଏହି ମାଇଲଖୁଣ୍ଟ ସ୍ବାସ୍ଥ୍ୟକର୍ମୀଙ୍କ ସମର୍ପିତ ମନୋଭାବ, ଗୋଷ୍ଠୀ ସମର୍ଥନ ଏବଂ ଠିକ୍‌ ଅନ୍ତଃବିଭାଗୀୟ ସମନ୍ବୟର ପ୍ରମାଣ। ଟିକାକରଣ ଦ୍ୱାରା ପ୍ରତିରୋଧ କରିହେଉଥିବା ରୋଗଠାରୁ ଶିଶୁମାନଙ୍କୁ ଦୂରେଇ ରଖିବା ସହ ଶାରରିକ ଅସୁସ୍ଥତା ଓ ମୃତ୍ୟୁହାର ହ୍ରାସ କରିବା ନିମନ୍ତେ ରାଜ୍ୟରେ ସର୍ବଦା ମହିଳା ଓ ଶିଶୁଙ୍କ ଟିକାକରଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇଛି। ରାଜ୍ୟର କୌଣସି ଶିଶୁ ଯେପରି ଟିକାକରଣରୁ ବଞ୍ଚତ୍ତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଟୀକାକରଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ଉପରେ ଆଲୋକପାତ କରି ଡ଼ଃ ମହାଲିଙ୍ଗ କହିଥିଲେ ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫) ଅନୁଯାୟୀ ଓଡିଶା ୯୦.୫% ଟୀକାକରଣ କଭରେଜ୍ ହାସଲ କରିପାରିଛି। ଯାହା ସମସ୍ତ ଭାରତୀୟ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ। ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତଙ୍କୁ ଆନ୍ତରିକ ସାଧୁବାଦ ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.